ନବରତ୍ନ କମ୍ପାନୀ ନାଲକୋରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ : ଏକାଠି ହେଲେ ବିଭିନ୍ନ ଶ୍ରମିକ ସଂଗଠନ,ଦୁଇ ପ୍ଲାଂଟ ସମ୍ମୁଖରେ ଆନ୍ଦୋଳନ

38

କନକ ବ୍ୟୁରୋ : ନବରତ୍ନ କମ୍ପାନୀ ନାଲକୋର ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ ବଢିବାରେ ଲାଗିଛି । ଏହା ବିରୋଧରେ ଏକାଠି ହୋଇଛନ୍ତି ନାଲକୋର ବିଭିନ୍ନ ଶ୍ରମିକ ସଙ୍ଗଠନ । ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ନାଲକୋର ସ୍ମେଲଟର ପ୍ଲାଂଟ ଓ ସିପିପି ପ୍ଲାଂଟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି ।

କେନ୍ଦ୍ର ସରକାର ନାଲକୋକୁ ଘରୋଇକରଣ କରିବା,  ନାଲକୋର ଆଲୁମିନାକୁ ବେଦାନ୍ତକୁ ବିକ୍ରୀ କରିବାକୁ ସରକାର ମସୁଧା କରୁଛନ୍ତି ବୋଲି ଶ୍ରମିକ ସଙ୍ଗଠନ ଅଭିଯୋଗ କରିଛି । ଆନ୍ଦୋଳନକୁ କଂଟ୍ରାକ୍ଟର ଆସୋସିଏସନ, ଅଫିସର୍ସ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –