ସନ୍ଦେହର ସଇତାନୀ ରୂପ ! ପରକୀୟା ପ୍ରୀତି ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ 

315

କନକ ବ୍ୟୁରୋ : ସନ୍ଦେହର ସଇତାନୀ ରୂପ ।  ପରକୀୟା ପ୍ରୀତି ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଉଦୟପୁର ଗାଁରେ । ସ୍ୱାମୀ ସଦାଶିବ ହରିଜନ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କର ଗୁପ୍ତାଙ୍ଗଟିକୁ କାଟି ଦେଇଛନ୍ତି । 

source : Capital FM

ତେବେ ଏବେ ତାଙ୍କ ଗୁପ୍ତାଙ୍ଗରେ ୧୮ଟି ଷ୍ଟିଚ ପଡିଥିବା ବେଳେ ସେ ସୁସ୍ଥ ଅଛନ୍ତି । ସଦାଶିବଙ୍କ ଗୁପ୍ତାଙ୍ଗର ୯୦ ପ୍ରତିଶତ କଟି ଯାଇଛି । ଅନ୍ୟ ଜଣେ ସ୍ତ୍ରୀ ଲୋକଙ୍କ ସହ ସ୍ୱାମୀଙ୍କର ସଂପର୍କ ଥିବା ସନ୍ଦେହର କରି ସଦାଶିବଙ୍କ ସ୍ତ୍ରୀ ଏଭଳି କାଣ୍ଡ କରିଛନ୍ତି । ସଦାଶିବଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ୍ ଜାରି ରଖିଛି ।