ନବରଂଗପୁର: ଉମରକୋଟରେ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ୪ ଜଣ ଆହତ

36

କନକ ବ୍ୟୁରୋ : ନବରଂଗପୁର ଉମରକୋଟରେ ଘଟିଛି ଅଭାବନୀୟ ଘଟଣା । ରୋଷେଇ କରୁଥିବାବେଳେ ଗ୍ୟାସ ପାଇପ ଫାଟି ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନବରଂଗପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତ ମାନେ ହେଉଛନ୍ତି ତାପସ ରାୟ, ତାରାପଦ ଦାଶ, ରାଜେଶ ଦାସ, ଓ ଅରୁଣ କୁମାର ଖିଲାର ।