ନବରଙ୍ଗପୁର : ଉମରକୋଟ ବ୍ଲକ ସାନକୁମାରୀ ଗାଁ ନିକଟରେ ଓଲଟିଲା ଟ୍ରାକ୍ଟର, ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ

80

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନକୁମାରୀ ଗାଁ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଘଟି ୧୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଟ୍ରାକ୍ଟରଟି ଉମରକୋଟ ନିକଟସ୍ଥ ଦେଓପୁର ଗ୍ରାମରୁ ବାହାଘର ପରେ ଝିଅ ଛାଡି ଫେରୁଥିବା ବେଳ ସାନକୁମାରୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା । ଆହତ ମାନଙ୍କୁ ଉମରକୋଟ ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।