ନବରଙ୍ଗପୁର: ରାଇଘର ବ୍ଲକ ତରେଇଡିହି ଗାଁ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

40

କନକ ବ୍ୟୁରୋ :  ନବରଙ୍ଗପୁରର ରାଇଘର ବ୍ଲକ ତରେଇଡିହି ଗାଁ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ତେବେ ବାଘ ମୃତ୍ୟୁର କାରଣ ଜଣାପଡିନାହିଁ । ଦୁଇ ଦିନ ତଳେ କଲାରାପତରିଆ ବାଘଟି ତରେଇଡିହି ଗାଁର ରୂପସିଂହ ଗଣ୍ଡଙ୍କୁ ଆକ୍ରମଣ କରିଥିଲା, ଏଥିରେ ରୂପସିଂହ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ରୂପସିଂହ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ କଲରାପତରିଆ ବାଘଟି ତାଙ୍କୁ ଆକ୍ରମଣ କରିଥିଲା ।

ଏହି ସମୟରେ କିଛି ମଇଁଷି ବାଘକୁ ଦେଖି ପାଲଟା ଆକ୍ରମଣ କରିବା ଫଳରେ ରୂପସିଂଙ୍କୁ ଛାଡି ବାଘଟି ଜଙ୍ଗଲକୁ ପଳାଇଯାଇଥିଲା । କିଛି ସମୟ ପରେ ଗ୍ରାମବାସୀ ରୂପସିଂହଙ୍କୁ ଉଦ୍ଧାର କରି ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅପରପକ୍ଷରେ ବନବିଭାଗ ବାଘଟିର ମୃତ ଦେହ ଉଦ୍ଧାର କରିଛି । ତେବେ ବାଘର ମୃତ୍ୟୁର କାରଣ ନେଇ କିଛି  ସ୍ପଷ୍ଟ ହୋଇନାହିଁ । ଫାସରେ ଲାଗି ବାଘଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-