ନବରଙ୍ଗପୁରରେ ଜନନୀ ସୁରକ୍ଷା ଫେଲ୍ ମାରିଛି : ଖଟିଆରେ ବୁହାହେଲେ ପ୍ରସୂତୀ

38

ନବରଙ୍ଗପୁର : ପୁଣି ଖଟିଆରେ ବୁହା ହେଲେ ପ୍ରସୂତୀ ମହିଳା । ବାରମ୍ବାର ଫୋନ୍ କଲା ସତ୍ୱେ ଆମ୍ବୁଲାନ୍ସ ନଆସିବାରୁ  କାଦୁଅ ପଚପଚ ରାସ୍ତାରେ ଖଟିଆରେ ବୁହା ହୋଇଗଲେମହିଳା । ପ୍ରାୟ ଦୁଇ କିଲୋମଟର ଯାଏଁ ଏମିତି ଚାଲି ଚାଲି ଯିବା ପରେ ରାସ୍ତାରେ ହିଁ ମହିଳା ଜଣଙ୍କ ଶିଶୁକୁ ଜନ୍ମ ଦେଇଛନ୍ତି । ଘଟଣାଟି ଘଟିଛି ଉପାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାଲୁଡଙ୍ଗରୀ ଗାଁରେ । ଗାଁର ରାଜୁ ଖୁଂଟାଙ୍କ ପତ୍ନୀ ରଙ୍ଗବତୀ ଖୁଂଟାଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଅଙ୍ଗନୱାଡି ଦିିଦିକୁ ଫୋନ କରିଥିଲେ । ମାତ୍ର ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା ।

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବଲାନ୍ସକୁ ଫୋନ୍ କରିଥିଲେ । ହେଲେ ବାରମ୍ବାର ଫୋନ୍ କରିବା ସତ୍ୱେ ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ଚାଲି ଚାଲି ୨ କିଲୋମିଟର ରାସ୍ତା ନେଇ ଆସିଥିଲେ ପ୍ରସୂତୀଙ୍କୁ। ମାତ୍ର ବାଟରେ ପ୍ରସବ ବେଦନା ବଢ଼ିବା ସହ ରାସ୍ତାରେ ହିଁ ଶିଶୁଟି ଜନ୍ମ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସେହିପରି ଯୋଜନାର ପସରା ମେଲାଇ ବସିଥିବା ରାଜ୍ୟ ସରକାରଙ୍କୁ ଏହି ଘଟଣା ଉପହାସ କରୁଛି ।