ବାଃ ବାଃରେ ମମତା ଯୋଜନା : ନବରଙ୍ଗପୁରରେ ପ୍ରସବ ପାଇଁ ୮ କିଲୋମିଟର ବାଟ ଚାଲିକି ଡାକ୍ତରଖାନା ଗଲେ ପ୍ରସୂତି

46

ନବରଙ୍ଗପୁର : ସରକାରୀ ଯୋଜନା କେବଳ କାଗଜ କଲମରେ ରହିଯାଉଛି, ତାର ସ୍ପଷ୍ଟ ଚିତ୍ର ଦେଖିପାରିବା ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାରେ ସେଠି ନାଁକୁ ମାତ୍ର ଚାଲିଛି ମମତା ଯୋଜନା,ଓ ଜନନୀ ସୁରକ୍ଷା ଯୋଜନା । ଡେଲିଭରି ପାଇଁ ଆଠ କିଲୋମିଟର ବାଟ ଚାଲି ଚାଲି ଡାକ୍ତରଖାନା ଯିବାକୁ ପଡୁଛି ଗର୍ଭବତୀ ମହିଳାଙ୍କୁ । ଏବେ ଏମିତି ଏକ ଦୁଃଖଭରା କାହାଣୀ ଉପରେ ନଜର ପକାଇବା । ନବରଙ୍ଗପୁର ଝରିଗାଁ ବ୍ଳକ ବାସିନ୍ଦା ମଇନା ମାଝୀଙ୍କ ଦୁଃଖ ଭରା କାହାଣୀ ଉପରେ । ଏଠି ନା ଅଛି ୧୦୨ ଆମ୍ବୁଲାନ୍ସ, ନା ୧୦୮ ଆମ୍ବୁଲାନ୍ସ ସେବା ।

ସ୍ୱାମୀ ଓ କୁନି ଝିଅ ସହ ପାଦରେ ଚାଲି ଚାଲି ଡେଲିଭରୀ ପାଇଁ ଡାକ୍ତରଖାନାକୁ ଯିବା ପାଇଁ ଅଂଟା ଭିଡିଛନ୍ତି ମଇନା । ଡକ୍ରିକୋଟରୁ ଚକଲାପାଦ ଯାଏଁ ତାଙ୍କୁ ଯିବାକୁ ପଡିବ ୮ କିଲୋମିଟର । ହାତରେ ଝୁଲା ବ୍ୟାଗ, ପେଟରେ ଛୁଆର ଓଜନ ଓ ପାଦରେ ଯନ୍ତ୍ରଣା । ହେଲେ ଅସହାୟ ମାଆର ଦୁଃଖ ଦୂର କରିପାରୁନି ସରକାରଙ୍କ ଯୋଜନା । ଜିଲ୍ଲାରେ ନା ଅଛି ଗମନାଗମନର ସୁବିଧା, ନା କାମ କରୁଛି ସରକାରୀ ଯୋଜନା । ବିଜେଡିର ମା’କୁ ସମ୍ମାନ ସ୍ଲୋଗାନକୁ ଉପହାସ କରୁଛି ଏପରି ଅବସ୍ଥା । ଏହା ନବରଙ୍ଗପୁର ଜିଲ୍ଲାର ବାସ୍ତବ ଚିତ୍ର କୁ ସମ୍ନାକୁ ଆଣିଛି । କେବଳ ମଇନା ମାଝୀ ନୁହେଁ, ଆଦିବାସୀ ଅଧ୍ୟୁଷିତ ଇଲାକାର ମାଆ ମାନଙ୍କ ଲୁହ ପୋଛିବାକୁ ସମର୍ଥ ହୋଇପାରିନାହିଁ ପ୍ରଶାସନ । ଏଠି ସଂପୂର୍ଣ୍ଣ ରୂପେ ଫେଲ ମାରିଛି ସରକାରୀ ଯୋଜନା । ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :