ନବରଙ୍ଗପୁର ନିର୍ବାଚନୀ ନୌକାରେ ୩ ମାଝୀ । କାହାକୁ ଭରସି ନିର୍ବାଚନୀ ବୈତରଣୀ ପାର କରାଇବେ ଜନତା ଜନାର୍ଦ୍ଦନ, ଜାଣନ୍ତୁ ଗତ ନିର୍ବାଚନରେ ୭ ବିଧାନସଭା ଆସନରୁ କିଏ ଜିତିଥିଲା କେତେ ଆସନ?

176

କନକ ବ୍ୟୁରୋ : ନବରଙ୍ଗପୁର ଲୋକସଭା ଆସନ ଜିତିବ କିଏ ? ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ଯୋଦ୍ଧା, ବିଜେଡି ହାତରୁ ନବରଙ୍ଗପୁର ଆସନ ଛଡାଇ ନେବାକୁ କଂଗ୍ରେସ କରୁଛି କସରତ । ୧୦ ବର୍ଷ ପରେ ନବରଙ୍ଗପୁରରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ବିଜେପି । ଦିଲ୍ଲୀ ଲଢେଇ ପାଇଁ ବିଜେଡି ଏଠାରେ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପୁରୁଣା ସିପାହୀ ରମେଶ ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି । ସେହିଭଳି ବିଜେଡି ଛାଡି ଗେରୁଆ ଶିବିରରେ ଏଣ୍ଟ୍ରି ମାରିଥିବା ବଳଭଦ୍ର ମାଝୀଙ୍କୁ ବିଜେପି ନବରଙ୍ଗପୁର ଆସନରେ ମୈଦାନକୁ ଓହ୍ଲାଇଛି । ୨୦୧୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟି ଆସନରେ ବିଜୟ ଧ୍ୱଜା ଉଡାଇଥିବା ବେଳେ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା । ବିଜେପି ଏଠାରେ ଖାତା ଖୋଲି ପାରିନଥିଲା ।

ରମେଶ ମାଝୀ :

ବଳଭଦ୍ର ମାଝୀ :

ପ୍ରଦୀପ ମାଝୀ :

ଉମରକୋଟ : ହ୍ୟାଟ୍ରିକ ଲକ୍ଷ୍ୟରେ ବିଜେଡି, କମବ୍ୟାକ୍ କରିବାକୁ କଂଗ୍ରେସ କଷୁଛି ଅଙ୍କ । ବିଜେପିକୁ ବିଜୟୀ କରିପାରିବେ କି ନିତ୍ୟାନନ୍ଦ? ୨୦୦୦ ପରଠାରୁ ହୋଇଥିବା ୪ଟି ନିର୍ବାଚନରେ ବିଜେଡି ୨ଥର ଏବଂ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ଉମରକୋଟରେ ମାରିଛନ୍ତି ବାଜି ।

ଝରିଗାଁରେ ଝଲସିବ କାହାର ଭାଗ୍ୟ  । ମୈଦାନରେ ୩ ରାଜନୈତିକ ଦଳର ପ୍ରମୁଖ ଯୋଦ୍ଧା । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । ସବୁଜ ଗଡରେ ଧସେଇ ପଶିବା ପାଇଁ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି ।

ନବରଙ୍ଗପୁର : ଲଗାତାର ୨ ଥର ବିଜୟ ପରେ ପ୍ରାର୍ଥୀ ବଦଳାଇଛି ବିଜେଡି । ପୁରୁଣା ମୁହଁକୁ ନେଇ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ପ୍ରଥମଥର ପାଇଁ ପଦ୍ମ ଫୁଟାଇବାକୁ ବିଜେପି ବଡ ରଣନୀତି । ୨୦୦୦ ପରଠାରୁ ଏହି ଆସନରେ ଉଭୟ କଂଗ୍ରେସ ଓ ବିଜେଡି ୨ ଥର ଲେଖାଏଁ ବିଜୟ ବାନା ଉଡାଇଛନ୍ତି

ମାଲକାନଗିରି : ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ମାଲକାନଗିରି ବାସିନ୍ଦା । ୨୦୧୯ କୁରୁକ୍ଷେତ୍ର ପାଇଁ ବିଜେଡି ଏଠାରେ ଯୋଦ୍ଧା ବଦଳାଇଥିବା ବେଳେ କଂଗ୍ରେସ ଓ ବିଜେପି ପୁରୁଣା ସିପାହୀଙ୍କୁ ଧରି ମୈଦାନକୁ ଓହ୍ଲାଇଛନ୍ତି । ୨୦୦୦ ପରଠାରୁ ଏଠାରେ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ବିଜୟୀ ହୋଇଥିବା ବେଳେ ବିଜେଡି ୨ ଥର ବିଜୟର ସ୍ୱାଦ ଚାଖିଛି ।

ଚିତ୍ରକୋଣ୍ଡାରେ ଚମିକିବ କିଏ? ନୂଆ ସିପାହୀଙ୍କୁ ଧରି ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ । ଗତ ୩ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି ଚିତ୍ରକୋଣ୍ଡାବାସୀ । ପ୍ରତିଥର ନୂଆ ବିଧାୟକ ଦେଖୁଥିବା ଚିତ୍ରକୋଣ୍ଡାବାସୀଙ୍କ ଏଥର ଭରସା ଜିତିବ କିଏ?

ଡାବୁଗାଁ : କଂଗ୍ରେସ ଟିକେଟରୁ ଲଗାତାର ଦୁଇଥର ବିଧାୟକ ଥିବା ଭୁଜବଳ ମାଝୀଙ୍କୁ ଟକ୍କର ଦେବାକୁ ନୂଆ ସିପାହୀଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛି ବିଜେପି ଓ ବିଜେଡି । ଗତ ୪ଟି ନିର୍ବାଚନରେ ବିଜେଡି ମାତ୍ର ଥରେ ଜିତିଥିବା ବେଳେ କଂଗ୍ରେସ ୩ଥର ମାରିଛି ବାଜି । ଖାତା ଖୋଲିପାରିନାହିଁ ବିଜେପି ।

କୋଟପାଡ : କଂଗ୍ରେସର ଗଡ ରହିଛି କୋଟପାଡ । ୨୦୦୦ ମସିହା ପରେ ହୋଇଥିବା ୪ଟି ନିର୍ବାଚନରୁ ଦଳ ପ୍ରତ୍ୟେକ ଥର ଏଠାରେ ବାଜି ମାରିଛି । ୨୦୧୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିବା ଚନ୍ଦ୍ରଶେଖର ମାଝୀଙ୍କୁ ଦଳ ପୁଣିଥରେ ମୈଦାନକୁ ଓହ୍ଲାଇଛି । କଂଗ୍ରେସର ଗଡ ଭାଙ୍ଗିବାକୁ ବିଜେଡି ଓ ବିଜେପି ନୂଆ ସିପାହୀଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି ।