ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ! ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ

2,396

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ ଭେଟ କରିବାକୁ ସୁଯୋଗ ଦିଆଗଲାନି ବୋଲି କହିଛନ୍ତି ବଳଭଦ୍ର ।

ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା ବିଜେଡିକୁ ବଡ ଝଟକା ଦେଇଛି । ତେବେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି ।ଏପରିକି କୌଣସି ଦଳ ସହ ସେ ଯୋଗାଯୋଗରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ବେଶ ଭଲ କାମ କରିଛନ୍ତି । ନବୀନ ମୋ ଆଦର୍ଶ ବୋଲି କହିଛନ୍ତି ବଳଭଦ୍ର । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ । ୨୦୧୪ରେ ବିଜେଡି ଟିକେଟରେ ବଳଭଦ୍ର କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୦୦ରୁ କମ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।