ନବରଙ୍ଗପୁରର ଧଡ୍ରା ପଂଚାୟତରେ ମହିଳା ସରପଂଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ ! ଡିପିଓଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା

125

କନକ ବ୍ୟୁରୋ : ମହିଳା ସରପଂଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧଡ୍ରା ପଂଚାୟତରେ ମହିଳା ସରପଂଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଏନେଇ ମାମଲା ଥାନାରେ ପହଂଚିଛି । ଡିପିଓଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି ମହିଳା ସରପଂଚ ବେଲମତି ମାଝି ।

ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ପ୍ରାୟ ଦିନ ୧୧ଟା ବେଳେ ଜିଲ୍ଲା ପଂଚାୟତ ଅଧିକାରୀ ପି.ଇ.ଓ ଙ୍କ ଅଫିସରେ ପହଂଚି ସରପଂଚ ପ୍ରାର୍ଥୀଙ୍କୁ ଡକାଇଥିଲେ । ସେଠାରେ ତାଙ୍କୁ କଟୁ ମନ୍ତବ୍ୟ ଦେବା ସହ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ଜିଲ୍ଲା କଂଗ୍ରେସ ନିନ୍ଦା କରିବା ସହ ବେଲମତି ମାଝି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ବିଜେଡି ଦଳର ଇଙ୍ଗିତରେ ଅପମାନ କରାଯାଇଥିବା କଂଗ୍ରେସ କହିଛି । ଏତଲା ହେବା ପରେ ଏହି ଘଟଣାରେ ତଦନ୍ତ କରୁଛନ୍ତି ଉମରକୋଟ ଥାନା ଅଧିକାରୀ ।