ଦଉଡ଼ିରେ ବନ୍ଧା ଶୈଶବ ! ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

48

ନବରଙ୍ଗପୁର : ଦଉଡ଼ିରେ ବନ୍ଧା ଶୈଶବ । ଖେଳିବା ବୁଲିବା ବୟସରେ ବନ୍ଧା ହୋଇ ପଡ଼ିଛି ଆଠ ବର୍ଷର ବାଳକ ସୁବାଷ । ବାପା ମାଆଙ୍କ ସ୍ନେjକୁ ଅନୁଭବ କରିପାରୁ ନାହିଁ ପିଲାଟି । ପିଲାଟି ଦିନରୁ ମୁଣ୍ଡ ଠିକରେ କାମ କରୁ ନଥିବା ବେଳେ ବଂଚିବା ପାଇଁ କରୁଛି ସଂଘର୍ଷ । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆଉ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ।

ବଡ଼ ଡ଼ାକ୍ତରଖାନାରେ ଦେଖାଇବା ପାଇଁ ପାଖରେ ପଇସାଟିଏ ନାହିଁ । ମଜୁରି ଲାଗିଲେ ପରିବାର ଚଳେ । ତେଣୁ ବାଧ୍ୟ ହୋଇ ପୁଅକୁ ଦଉଡ଼ିରେ ବାନ୍ଧି ଦେଇ ମଜୁରୀ ଲାଗିବାକୁ ଯାଆନ୍ତି ବାପା ମାଆ । ସରକାରୀ ସହାୟତା ଏମାନଙ୍କ ପାଖରେ ଅପହଂଚ । ଅନ୍ୟପକ୍ଷରେ ଏ ସମ୍ପର୍କରେ କ୍ୟାମେରା ଆଗରେ ମୁହଁ ଖୋଲିନାହାଁନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସୁବାଷର ଜୀବନ ସଂଘର୍ଷର କାହାଣୀ ଦେଖନ୍ତୁ ଏହି ଭିଡିଓରେ :