ପାଠ୍ୟ ପୁସ୍ତକରେ ନିଆଁ ! ନବରଙ୍ଗପୁର ଝରିଗାଁ ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ପୋଡାଗଲା ୫୦୦ରୁ ଅଧିକ ବହି, କାରଣ ଅସ୍ପଷ୍ଟ

48

କନକ ବ୍ୟୁରୋ : ପୋଡିଗଲା ପାଠ୍ୟ ପୁସ୍ତକ । ନବରଙ୍ଗପୁର ଝରିଗାଁ ବ୍ଲକର ପ୍ରାଥମିକ ବିଦ୍ୟାଳୟକୁ ସରକାର ଯୋଗାଇ ଦେଇଥିବା ୫ଶହରୁ ଅଧିକ ବହିକୁ ପୋଡି ଦିଆଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଚତୁର୍ଥ ଶ୍ରେଣୀ ଇଂରାଜୀ, ଓଡ଼ିଆ ବ୍ୟାକରଣ ଓ ସଂସ୍କୃତ ବହି ରହିଛି । ଏହି ବହି ଗୁଡିକୁ ଚଳିତବର୍ଷ ପାଠ୍ୟକ୍ରମରୁ ବାଦ୍ ଦିଆଯାଇଥିବା ଜଣାପଡିଛି ।

ତେବେ କେଉଁ ପରିସ୍ଥିତିରେ ବହିଗୁଡିକୁ ପୋଡି ଦିଆଗଲା ସେନେଇ କିଛି ସୂଚନା ମିଳିନାହିଁ । ପ୍ରତ୍ୟେକ ଶିକ୍ଷା ବର୍ଷ ଆରମ୍ଭରୁ ସରକାରଙ୍କ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଏହି ବହି ଯୋଗାଇ ଦିଆଯାଏ । ଏଠାରୁ ସ୍କୁଲ ଗୁଡିକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀମାନଙ୍କୁ ବଂଟାଯାଏ । ତେବେ ମଙ୍ଗଳବାର ଦିନ ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ୫ଶହରୁ ଅଧିକ ବହି ପୋଡି ଦିଆଯାଇଥିଲା ।