ନବରଙ୍ଗପୁରରେ ଅଭାବନୀୟ ଘଟଣା : ମଶାଣିକୁ ନେଇ ବିବାଦ ଯୋଗୁଁ ଦୁଇ ଦିନ ହେଲା ପଡି ରହିଛି ଶବ

24

କନକ ବ୍ୟୁରୋ : ନବରଙ୍ଗପୁରରେ ଅଭାବନୀୟ ଘଟଣା । ରାଇଘର ସହରରେ ମଶାଣିକୁ ନେଇ ବିବାଦ ଯୋଗୁଁ ଦୁଇ ଦିନ ହେଲା ପଡି ରହିଛି ଶବ । ସ୍ଥାୟୀ ସମାଧାନ ଲାଗି ମୃତ ଦେହ ରଖି ଉମରକୋଟ- ଛତିଶଗଡ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାଇଘର ପତ୍ରକୋଟି ସାହି ଓ ହରିଜନ ସାହି ମଧ୍ୟରେ ଶବ ସକ୍ରାରକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି ।

ସୂଚନା ଅନୁଯାୟୀ ଗତକାଲି ଗୁରୁବାରୀ ହରଜନ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଓ ସାହି ଲୋକ ଧତ୍ରାପାରାଠାରେ ଥିବା ମଣାଣିକୁ ସକ୍ରାର ପାଇଁ ନେଇଥିଲେ । କିନ୍ତୁ ସେହି ମଶାଣିରେ ଗୁରୁବାରୀଙ୍କ ଶବ ସଂସ୍କାରକୁ ବିରୋଧ କରିଥିଲେ ଅନ୍ୟ ସାହିର ଲୋକ । ଏହାକୁ ନେଇ ଦୁଇ ସାହି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମୃତକଙ୍କ ପରିଜନ ଏଥିରେ ଉତକ୍ଷିପ୍ତ ହୋଇ ରାସ୍ତାରେ ଶବ ରଖି ଅବରୋଧ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଛନ୍ତି ।