ନବରଙ୍ଗପୁରରେ ଜଳୁଛି ଜଙ୍ଗଲ : ନିଆଁ ଲାଗି ବହୁ ମୂଲ୍ୟବାନ ଔଷଧୀୟ ଗଛ ନଷ୍ଟ,ଚୁପ ବସିଛି ବନବିଭାଗ

63

କନକ ବ୍ୟୁରୋ : ଜଙ୍ଗଲରେ ଲାଗିଛି ନିଆଁ । ଜଳି ଯାଉଛି ଗଛ ଲଟା, ଉଜୁଡି ଯାଉଛି ବନ୍ୟଜନ୍ତୁଙ୍କ ବାସସ୍ଥାନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ ହେଉଛି । ଅଂଚଳର ଅଧିବାସୀ, ବିଭିନ୍ନ ସମୟର ନିଜ ଫାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ହେଲେ ସବୁ ଜାଣି ମଧ୍ୟ ବନ ବିଭାଗ ଚୁପ ବସିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜଙ୍ଗଲ ସୁରକ୍ଷା ସଭା ସମିତି କରି ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି ଉମରକୋଟ ରଂଞ୍ଜର ।

ସେପଟେ ଭୁବନେଶ୍ୱରରେ ଏକ ଟୁରିଷ୍ଟ ବସ୍ରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ । ଗତକାଲି ରାତିରେ ବାଣୀବିହାର ସତସଙ୍ଗ ବିହାର ସାମ୍ନାରେ ଏହି ଅଘଟଣ ଘଟିଛି । ବସଟିର ପ୍ରାୟ ୭୦ପ୍ରତିଶତ ପୋଡି ଯାଇଛି । ବସଟି ସେଠାରେ ଛିଡା ହୋଇଥିବାବେଳେ ଗତକାଲି ରାତି ପ୍ରାୟ ୧ଟା ୪୫ବେଳେ ବସଟିରେ ହଠାତ ନିଆଁ ଲାଗିଯାଇଥିଲା । ଦମକଳ ବାହୀନିକୁ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନ ଥିବା ବେଳେ କେହି ଦୁର୍ବୃତ୍ତ ବବସ୍ତିରେ ନିଆଁ ଲଗାଇ ଦେଇଥିବାର ସନ୍ଦେହ କରାଯାଉଛି ।