ନବରଙ୍ଗପୁରରେ ହତାଶ ମକା ଚାଷୀ ! ବଜାରରେ ମିଳୁନି ଉଚିତ ମୂଲ୍ୟ, ମଣ୍ଡିରେ ମକା ନବିକି ଘରକୁ ଫେରାଇ ଆଣୁଛି ଚାଷୀ

73

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଳା ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ଜିଲ୍ଲାରେ ଚାଷୀ ହତାଶ । ଅମଳ ସରିବା ପରେ ବି ମକାକୁ ବିକ୍ରି କରିପାରୁନାହାନ୍ତି ଚାଷୀ । ଉଚିତ ମୂଲ୍ୟ ମିଳୁନଥିବାରୁ ମଣ୍ଡିରେ ମକା ବିକ୍ରି ନକରି ଘରକୁ ଫେରାଇ ଆଣୁଛି ଚାଷୀ ।

ମକା ଅମଳ ସରିଲା । ଏବେ ଚାଷୀଙ୍କ ଘରେ ଯୁଆଡେ ଦେଖିବ ଗଦା ଗଦା ମକା । କିନ୍ତୁ ଏତେ ପରିମାଣର ମକାକୁ କେଉଁଠି ସଂରକ୍ଷିତ ରଖିବେ ସେ ନେଇ ନବରଙ୍ଗପୁର ଚାଷୀ । କାରଣ ମକା ବିକ୍ରି କରିବାକୁ ବଜାରରେ ଉଚିତ ମୂଲ୍ୟ ମିଳୁନି । ଜିଲ୍ଳାର ୫ଟି ଯାଗରେ ମଣ୍ଡି ଖୋଲାଯାଇଛି । କିନ୍ତୁ ସରକାର କ୍ୱିଂଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିଥିଲେ ବି ବ୍ୟବସାୟୀ ମକାର ମାନ ଦେଖି କମ ଟଙ୍କାରେ ମାଗୁଛନ୍ତି । ଫଳରେ ଚାଷୀ ନିରାଶ ହୋଇ ମଣ୍ଡିକୁ ନେଇଥିବା ମକା ଘରକୁ ଫେରାଇ ଆଣୁଛି ।

ଗତ ୨ ମାସ ତଳେ କୃଷି ବିଭାଗର ମାର୍କେଟିଂ ବୋର୍ଡର ନିର୍ଦ୍ଦେଶକ ନବରଙ୍ଗପୁର ଗସ୍ତରେ ଆସି ମକା ଚାଷୀଙ୍କୁ ଉଚିତ ମୂଲ୍ୟ ଦିଆଯିବ ବୋଲି କହିଥିଲେ । କିନ୍ତୁ ମଣ୍ଡି ଖୋଲିବା ପରେ ନିୟନ୍ତ୍ରିତ ବଜାର କମିଟି ସେକ୍ରେଟେରୀ କହିଛନ୍ତି, କେବଳ ମକା କିଣିବାରେ ଚାଷୀଙ୍କୁ ସାହାଯ୍ୟ କରିପାରିବୁ ଦର ବଢିବା କଥା ସରକାରଙ୍କ ହାତରେ । ଉଚିତ ମୂଲ୍ୟରେ ମକା ବିକ୍ରି କରିନପାରି ଚାଷୀ ହତାଶ ଥିବା ବେଳେ ପୁଣି ବର୍ଷା ଅନୁମାନ ଚାଷୀର ଚିନ୍ତାକୁ ବଢାଇଦେଇଛି ।