ନବରଙ୍ଗପୁର : ଗୋନା ସାପ୍ତାହିକ ହାଟରେ ନିର୍ବାଚନୀ ହିଂସା, ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ

43

କନକ ବ୍ୟୁରୋ : ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ । ନବରଙ୍ଗପୁରରେ ରାଇଘର ବ୍ଲକ ଗୋନା ସାପ୍ତାହିକ ହାଟ ନିକଟରେ ନିର୍ବାଚନ ପ୍ରଚାର ବେଳେ ନିର୍ବାଚନୀ ହିଂସା ଘଟିଛି ।  ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ବିଜେପିର ୫ ଜଣ ଓ ବିଜେଡିର ୨ ଜଣ କର୍ମୀ ଆହତ ହୋଇଛନ୍ତି ।

୪ ନମ୍ବର ଜୋନ ଗୋନା ସାପ୍ତାହିକ ହାଟ ଏକ ମୁଖ୍ୟ ବଜାର ହୋଇଥିବା ବେଳେ ସେଠାକୁ ପ୍ରତିଦିନ ବହୁ ଲୋକ ଆସିଥାନ୍ତି । ସେଥିପାଇଁ ସେଠାରେ ଦୁଇ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଥିଲା ।ତେବେ ବିଜେପିର ଏକ ବୈଠକ ଚାଲିଥିବା ବେଳେ ବିଜେଡି କର୍ମୀ ମାନେ ଏକ ରାଲିରେ ଆସି ଜୋରେ ମାଇକ ବଜାଇଥିଲେ ।

ଯାହାକୁ ନେଇ ଦୁଇ ଦଳ ମଧ୍ୟରେ କଥା କଟାକଟି ଧସ୍ତାଧସ୍ତି ହୋଇଥିଲେ । ଉଭୟ ଦଳର କର୍ମୀମାନେ ପରସ୍ପରକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଚିଂଥିଲା । ଏନେଇ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।