ନବରଙ୍ଗପୁର ଝରିଗାଁରେ ଅଘଟଣ : ମାଟି ଅତଡା ଧସି ୩ ମୃତ, ଜଣେ ଗୁରୁତର

56

କନକ ବ୍ୟୁରୋ : ନବରଙ୍ଗପୁରରେ ଅଘଟଣ । ମାଟି ଅତଡା ଧସି ଝରିଗାଁରେ ୩ ମୃତ , ଜଣେ ଗୁରୁତର । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳକ ରହିଥିବା ଜଣାପଡିଛି । ମୃତକମାନେ କ୍ୟୁନାଗୁଡା ଗାଁର ଗୋଟିଏ ପରିବାରର ବୋଲି ଜଣାପଡିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି । ନିକଟସ୍ଥ ଗୁଟିସର୍ଗି ଗାଁର ନୂଆପଡା ଜଙ୍ଗଲକୁ ରଙ୍ଗ ମାଟି ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ସେମାନଙ୍କ ଉପରେ ମାଟି ଧସି ପଡିଛି । ଖବର ପାଇଁ ଅଗ୍ନିଶମ ବାହୀନି ଘଟଣା ପହଁଚି ମୃତକଙ୍କ ମୃତ ଦେହ ଉଦ୍ଧାର କରିଛି । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :