ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର । ଶିକ୍ଷକଙ୍କ ଭୂମିକାରେ କୁନି ଛାତ୍ରୀ । ସଜାଡୁଛନ୍ତି ସାଥୀ ସହପାଠୀଙ୍କ ଭବିଷ୍ୟତ

ପାଠପଢାଇବାକୁ କେହି ନାହାଁନ୍ତି, ଉପସ୍ଥାନ ପଡୁନି କି ମଧ୍ୟାହ୍ନ ଭୋଜନ ବି ହେଉନି

323

କନକ ବ୍ୟୁରୋ: ଛାତ୍ରୀ ସାଜିଲେ ଶିକ୍ଷକ । ଶିକ୍ଷକ ବଦଳରେ ପାଠ ପଢାଉଛନ୍ତି ଛାତ୍ରୀ । ସଜାଡୁଛନ୍ତି ସାଥୀ ସହପାଠୀଙ୍କ ଭବିଷ୍ୟତ । ଏମିତି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଡାବୁଗାଁ ବ୍ଲକ ଅଚଂଳା ପଂଚାୟତର ଧର୍ନିଯୋଡିର ସରକାରୀ ପ୍ରାଥମିକ ସ୍କୁଲରେ । ଏଠାରେ କୌଣସି ଶିକ୍ଷକ ନଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ପାଠ ପଢାଉଥିବାର ଦେଖିବାକୁ ମିଳିଛି । ଏହି ସ୍ତୁଲରେ ଶିକ୍ଷକ ରହୁନଥିବାରୁ ଉପସ୍ଥାନ ପଡୁନାହିଁ ଓ ରୋଷେଇ ହେଉନାହିଁ । ଧର୍ନିଯୋଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଅଛନ୍ତି । କିନ୍ତୁ ସେମାନେ ଅନୁପସ୍ଥିତ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ, ଡାବୁଗାଁ ବ୍ଲକ ଅଂଚଳା ପଂଚାୟତର ଧର୍ନିଯୋଡିର ସରକାରୀ ପ୍ରାଥମିକ ବିଦ୍ୟାଳୟରରେ କୌଣସି ଶିକ୍ଷକ ନିଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ପାଠପଢାଉଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କୁନି କୁନି ପିଲାମାନେ ପାଠପଢିବାକୁ ବିଦ୍ୟାଳୟକୁ ଯାଉଥିବା ବେଳେ ସେମାନଙ୍କୁ ହିଁ ପାଠ ପଢାଇବା ଦାୟିତ୍ୱ ଦିଆଯିବା ଶିକ୍ଷା ବିଭାଗକୁ ପୁଣି ଥରେ କାଠଗଡାକୁ ଟାଣି ଆଣିଛି । ଉକ୍ତ ବିଦ୍ୟାଳୟରେ ଶିକ୍ଷକ ରହୁ ନଥିବା ବେଳେ ଉପସ୍ଥାନ ପଡୁନାହିଁ ଏବଂ ରୋଷେଇ ମଧ୍ୟ ହୋଇପାରୁନଥିବା ଅଭିଯୋଗ ହୋଇଛି । ଧାର୍ନିଯୋଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଜଣେ ଶିକ୍ଷକ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଅନୁପସ୍ଥିତ ଥିଲେ ।

ତେବେ ଶିକ୍ଷକଙ୍କ ଅନୁପସ୍ଥିତ ଥିବା ବେଳେ ବିକଳ୍ପ ଶିକ୍ଷକ ସାଜି ଶ୍ରେଣୀ ଚଳାଇବାର ଦ୍ୱାୟିତ୍ୱ ନେଇ ପାଠପଢାଇଛନ୍ତି ଏହି କୁନି ଛାତ୍ରୀ ଜଣକ । ତେବେ ବଡ କଥା ହେଉଛି ଯଦି ସ୍କୁଲ ଶିକ୍ଷକଙ୍କ ଅନୁପସ୍ଥିତିରେ କୌଣସି ଅଘଟଣ ଘଟିଥିଲେ ଏଥିପାଇଁ କିଏ ଦାୟୀ ହେବେ । ସେପଟେ ସଂପୃକ୍ତ ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ ବି ଏହା ସମ୍ଭବ ହୋଇପାରିନାହିଁ ।