ଅନ୍ଧ ବିଶ୍ୱାସର କୁପରିଣତି : ପୁଣି କୋମଳମତି ଶିଶୁକୁ ଦିଆହେଲା ଚେଙ୍କ

17

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ପୁଣି କୋମଳମତି ଶିଶୁକୁ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଛି । ରାଇଘର ବ୍ଲକ୍ ଭାରଶୁଣ୍ଡି ଗାଁରେ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଛି । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଭାରଶୁଣ୍ଡି ଗାଁର ବିଜୁ ଗଣ୍ଡଙ୍କ ଶିଶୁପୁତ୍ରକୁ ଥଣ୍ଡା କାଶ ହେବାରୁ ମାଆ ଗିତାବାଈ ଗଣ୍ଡ ତାକୁ ଚେଙ୍କ ଦେଇଥିଲେ ।

ଭାଲିଆ ମଂଜି ସାହାଯ୍ୟରେ ଶିଶୁଟିର ପେଟ ଓ ଛାତିରେ ଚେଙ୍କ ଦିଆଯାଇଥିଲା । ଫଳରେ ଶିଶୁଟିର ଅବସ୍ଥା ଗୁରୁତର ହୋଇ ପଡିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ପ୍ରଥମେ ତାକୁ ଚିକିତ୍ସା କରାଯାଇଥିଲା । ଶିଶୁର ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିଲେ ବି ତାର ଚିକିତ୍ସା ଜାରି ରହିଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :