ନବରଂଗପୁର ଚନ୍ଦାହାଣ୍ଡିରେ ଭାଲୁ ଆକ୍ରମଣ

18

ନବରଂଗପୁର : ନବରଂଗପୁର ଚନ୍ଦାହାଣ୍ଡିରେ ଭାଲୁ ଆକ୍ରମଣ । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ମୃତକମାନଙ୍କ ଶବ ଆଣିବାକୁ ଯାଇଥିବାବେଳେ , ପୁଣି ଭାଲୁ ଆକ୍ରମଣର ଶିକାର ହୋଇଥିଲେ ସ୍ଥାନୀୟ ଲୋକେ । ମୃତାହତମାନେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି ।