ନବରଙ୍ଗପୁରରେ ଅଟୋ ଓ ବସ୍ ମାଲିକ ସଂଘ ମୁହାଁମୁହିଁ : ସହରରେ ଗାଡି ମୋଟର ଚଳାଚଳ ବନ୍ଦ

44

ନବରଙ୍ଗପୁର : ନବରଙ୍ଗପୁରରେ ଅଟୋ ଓ ବସ୍ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି । ସଂଘ ପକ୍ଷରୁ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି । ୨୬ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉଭୟ ସଂଘର ସଦସ୍ୟ । ଜାତୀୟ ରାଜପଥ ଦେଇ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ଯାତ୍ରୀ ପରିବହନକୁ ନେଇ ଏହି ବିବାଦ ଉପୁଜିଥିବା ସୂଚନା ମିଳିଛି । ଗାଡି ଚଳାଚଳ ବନ୍ଦ ରହିବାରୁ ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି।