ନବରଙ୍ଗପୁର : ପୋଷ୍ଟମର୍ଟମ ପାଇଁ ସମାଧି ଭିତରୁ ବାହାର କରାଗଲା ଶବ

29

କନକ ବ୍ୟୁରୋ : ପୋଷ୍ଟମର୍ଟମ ପାଇଁ ସମାଧି ଭିତରୁ ବାହାର କରାଗଲା ଶବ  । ନବରଙ୍ଗ ଝରିଗାଁ ବ୍ଲକ ମହଣ୍ଡି ଗାଁରେ ଶ୍ରୀପତି ଗଣ୍ଡଙ୍କ ଶବକୁ ୧୧ ଦିନ ପରେ ସମାଧି ଭିତରୁ ବାହାର କରାଯାଇଛି । ଜମିଜମା ଘଟଣାକୁ ନେଇ ଶ୍ରୀପତିଙ୍କୁ ଗତ ୧୯ ତାରିଖ ଦିନ ତାଙ୍କର ଜଣେ ସଂପର୍କୀୟ ଭାଇ ହତ୍ୟା କରିଥିଲେ । ତା ପରେ ଗୁରୁତର ଅବସ୍ଥାରେ ଶ୍ରୀପତି ଗଣ୍ଡଙ୍କୁ ମାଟି ତଳେ ପୋତିଦିଆଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏକଥା ଗ୍ରାମବାସୀ ଜାଣିଥିଲେ ବି କୌଣସି ପଦକ୍ଷେପ ନେଇନଥିଲେ । ଗାଁରେ କଙ୍ଗାରୁକୋର୍ଟ ବସାଇ ଘଟଣାକୁ ଚପାଇଦେବା ସହ  ହତ୍ୟାକାରୀ ମନ ଗଣ୍ଡକୁ କେବଳ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କହିଥିଲେ । ତେବେ ମନ ଗଣ୍ଡ ୫୦ ହଜାର ଟଙ୍କା ନଦେବାରୁ ଶ୍ରୀପତିଙ୍କ ମା ଏନେଇ ଥାନାରେ ଅଭିଯୋଗ ପରେ ଘଟଣା ସାମନାକୁ ଆସିଛି ।

ଅଭିଯୋଗ ପାଇବା ପରେ ଗାଁ ମଶାଣୀରେ ପହଁଚିଥିଲା ପୁଲିସ । ମୃତକଙ୍କ ମା ଓ ଭଉଣୀ ଶବ ପୋତାଯାଇଥିବା ସମାଧିସ୍ଥଳକୁ ପୁଲିସକୁ ଦେଖାଇବାରେ ମାଟି ଖୋଳାଯାଇ ଶବକୁ ବାହାରକରାଯାଇଛି । ପୁଲିସ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏହି ହତ୍ୟାକାଣ୍ଡକୁ ଚପାଇଦେବାକୁ  ଯେଉଁମାନେ ଉଦ୍ୟମ କରିଥିଲେ ,ଯେଉଁମାନେ ଏଥିରେ ସଂପୃକ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି ।