ମହଙ୍ଗା ପଡିଲା ଖାକିର ଦାଦାଗିରି : ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସିଙ୍କ ନାଁରେ ମାମଲା ରୁଜୁ,ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି ନିର୍ଦ୍ଦେଶ

48

କନକ ବ୍ୟୁରୋ : ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମହଙ୍ଗା ପଡିଛି ଖାକିର ଦାଦାଗିରି । ନବରଙ୍ଗପୁର ଡାବୁ ଗାଁ ଥାନା ଆଇଆଇସି ସୁବାସ ରାୟଗୁରୁଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହେଡକ୍ୱାର୍ଟରଙ୍କୁ ତାଙ୍କୁ ବଦଳି କରାଯାଇଛି । ଏହା ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି ।

ଗତକାଲି ଦାଦାଗିରିର ସବୁ ସୀମା ଟପି ଯାଇଥିଲେ ଏହି ଥାନାଧିକାରୀ । ଜଣେ ଚାଷୀଙ୍କ ମକା ଚାଷ ହୋଇଥିବା ଜମିରେ ପୁଲିସ ଗାଡି ମଡାଇ ସମ୍ପୂର୍ଣ୍ଣ ନଷ୍ଟ କରିବା ପରେ ହତ୍ୟା ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ ଏହି ପୁଲିସ୍ ବାବୁ । ଏଭଳି ଦବଙ୍ଗ ଗିରି ଦେଖାଇଥିଲେ ଡାବୁଗାଁର ଥାନା ଅଧିକାରୀ ।