ନବରଙ୍ଗପୁର ଥାନା ଦଳେଇଗୁଡ଼ା ଗାଁରେ ଅଭାବନୀୟ ଘଟଣା ! ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

15

କନକ ବ୍ୟୁରୋ : ନବରଙ୍ଗପୁର ଥାନା ଅନ୍ତର୍ଗତ ଦଳେଇଗୁଡ଼ା ଗାଁରେ ଅଭାବନୀୟ ଘଟଣା । ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଖେଳୁଥିବା ସମୟରେ ହରିଜନ ସାହିର ଶୁକଦେବ, ଶିଶୁ କନ୍ୟାକୁ ଉଠାଇ ନେଇ ସ୍କୁଲ ବଗିଚାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ଶିଶୁ କନ୍ୟାଟିର କାନ୍ଦ ଶୁଣି ପଡ଼ୋଶୀ ଘର ମହିଳାମାନେ ତାକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତକୁ ଗାଁ ଲୋକ ଧରି ମାଡ଼ ମାରିବା ସହିତ ପୁଲିସ ଜିମା ଦେଇଥିଲେ । ଦୋଷୀ ବିରୁଦ୍ଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗାଁ ଲୋକ ଦାବି କରିଛନ୍ତି । ପୀଡ଼ିତାର ଡ଼ାକ୍ତରୀ ମାଇନା ସହ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି ।