ନବରଙ୍ଗପୁରରେ ଫେଲ ମାରିଲା ଜ୍ୟୋତି ଯୋଜନା : ଝରିଗାଁ କୁଜାରିଗୁଡାରେ ୬ଶିଶୁଙ୍କୁ ଦିଆଗଲା ଚେଙ୍କ

35

vlcsnap-2016-08-27-16h49m42s586ନବରଙ୍ଗପୁର : ନବରଙ୍ଗପୁରରେ ଫେଲ ମାରିଲା ଜ୍ୟୋତି ଯୋଜନା। ଝରିଗାଁ କୁଜାରିଗୁଡାରେ ୬ଶିଶୁଙ୍କୁ ପୁଣି ଚେଙ୍କ ଦେଲେ ଦିଶାରୀ। ଗୁରୁତର ଅବସ୍ଥାରେ ଶିଶୁଙ୍କୁ ଉମରକୋଟର ଏସଏନସିୟୁରେ ଭର୍ତି କରାଯାଇଛି। ଏହି ଅଂଚଳରେ ବାରମ୍ଭାର ଏପରି ଅଘଟଣ ଘଟୁଥିଲେ ମଧ୍ୟ ସରକାର ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ଏବେବି ଡାକ୍ତରଙ୍କ ଅପେକ୍ଷା ଲୋକମାନେ ଗାଁର ଦିଶାରୀଙ୍କ ଉପରେ ଅଧିକ ବିଶ୍ୱାସ କରୁଥିବା ଦେଖାଯାଉଛି । ଶିଶୁମାନଙ୍କୁ ଥଣ୍ଡା ହୋଇଥିବାରୁ ଏକା ଥରକେ ପାଂଚ ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଛି।