ଡାକୁ କୁ ଦେଖାଇଲେ ଦବଙ୍ଗ୍ ଷ୍ଟାଇଲ୍ ! ଦେଖନ୍ତୁ ନବରଙ୍ଗପୁରର ହିରୋ କିଏ

35

ନବରଙ୍ଗପୁର : ଡାକୁ କୁ ଦେଖାଇଛନ୍ତି ନିଜର ଦବଙ୍ଗ୍ ଷ୍ଟାଇଲ୍ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର କାଦମାଲି ଗାଁରେ । ସାହାସୀ ମହେଶ୍ୱର ତିୱାରି ଏକାକି ଜଣେ ସଶସ୍ତ୍ର ଲୁଟେରାକୁ କାବୁ କରି ଆଜି ଚର୍ଚ୍ଚାରେ । ସୂଚନା ଅନୁସାରେ ଗତକାଲି ରାତିରେ କାଦମାଲି ଗାଁରେ ଡ଼କାୟତି ପାଇଁ ୧୨ ଜଣିଆ ଡକାୟତ ଦଳ ଗାଁକୁ ପଶିଥିଲେ । ଏମାନଙ୍କର ପ୍ରଥମ ଟାର୍ଗେଟ ହୋଇଥିଲେ ଗାଁର ମହେଶ୍ୱର ତିୱାରୀ । ମହେଶ୍ୱରଙ୍କୁ ପ୍ରଥମେ ଛୁରାମାଡ କରି ତାଙ୍କ ଘରୁ ତିନି ତୋଳା ସୁନା ଓ ପ୍ରାୟ ଏକ ଲକ୍ଷ ଟଂକା ନେଇ ଚମ୍ପଟ୍ ମାରିଥିଲେ ଲୁଟେରା । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ସାହାସର ସହ ମହେଶ୍ୱର ଜଣକୁ କାବୁ କରିନେଇ ଚିତ୍କାର କରିଥିଲେ । ଡକାୟତ ଜଣକ ପାଲଟା ମହେଶ୍ୱରଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ମହେଶ୍ୱର କିନ୍ତୁ ଛାଡି ନଥିଲେ । ସେପଟେ ମହେଶ୍ୱରଙ୍କ ପାଟିଶୁଣି ଗାଁଲୋକେ ଆସି ଘଟଣା ସ୍ଥଳରେ ପହଂଚିଯାଇଥିଲେ । ଏହାପରେ ଗଛରେ ଡ଼କାୟତକୁ ରାତିସାରା ବାନ୍ଧି ରଖିଥିଲେ । ପରେ ଝରିଗାଁ ପୁଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପଂହଚି ଡ଼କାୟତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।