ନବ ନିର୍ମାଣ ଛାତ୍ର ସଂଗଠନର ବିଶାଳ ଶୋଭାଯାତ୍ରା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ନବ ନିର୍ମାଣ ଛାତ୍ର ସଂଗଠନର ବିଶାଳ ଶୋଭାଯାତ୍ରା । ନିଯୁକ୍ତି ଦାବିରେ ନିର୍ମାଣ ଛାତ୍ର ସଂଗଠନର ଶତାଧିକ ଛାତ୍ର ଶୋଭାଯାତ୍ରାରେ ବାହାରିଛନ୍ତି । କର୍ମୀମାନେ ଶୋଭାଯାତ୍ରାରେ ଲୋୟର ପିଏମଜିରେ ପହଂଚିବା ପରେ ଏକ ପ୍ରତିବାଦ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ । ତେବେ ରାଜ୍ୟରେ ଉପୁଜିଥିବା ବେକାରୀ ସମସ୍ୟା ତୁରନ୍ତ ସମାଧାନ କରାନଗଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ ଛାତ୍ର ସଂଗଠନ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :