ରାଜଧାନୀ ରାଜରାସ୍ତାରେ ହକ୍ ପାଇଁ ହେବ ଲଢେଇ ! ନବ ନିର୍ମାଣ କୃଷକ ସଂଗଠନ ଆହ୍ୱାନରେ ଦିଲ୍ଲୀ ଗଲେ ହଜାର ହଜାର ଚାଷୀ

30

କନକ ବ୍ୟୁରୋ : ଦିଲ୍ଲୀରେ ଶୁଭିବ ଓଡିଶା ଚାଷୀଙ୍କ ସ୍ୱର । ନବ ନିର୍ମାଣ କୃଷକ ସଂଗଠନର ଦିଲ୍ଲୀ ଚଲୋ ଡାକରା । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବେ ଓଡିଶାର ହଜାର ହଜାର ଚାଷୀ । ଏଥିପାଇଁ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଚାଷୀ । ହକର ଲଢେଇ ଲଢିବାକୁ କରୁଛନ୍ତି ଜୋରଦାର ପ୍ରସ୍ତୁତି । ଆଗାମୀ ୧୧ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହେବେ ପ୍ରାୟ ୨୨ଟି ରାଜ୍ୟର ଚାଷୀ । ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ । ସାରା ଦେଶରେ ଚାଷୀଙ୍କ ପାଇଁ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିବାକୁ ମୋଦି ସରକାରଙ୍କୁ ବାଧ୍ୟ କରିବାକୁ ନିର୍ଣ୍ଣାୟକ ଲଢେଇ କରିବେ ।