ଶହ ଶହ ନବନିର୍ମାଣ କୃଷକ ସଂଗଠନ ଏବେ ରାଜଧାନୀ ମୁହାଁ : ପ୍ରଶାସନ ପକ୍ଷରୁ ଲାଗୁକରାଯାଇଛି ୧୪୪ ଧାରା, ମୁକାବିଲା ପାଇଁ ପ୍ରସ୍ତୁତ ଚାଷୀ

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନୂଆ ମୋଡ଼ ନେଇଛି

96

କନକ ବ୍ୟୁରୋ : ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନୂଆ ମୋଡ଼ ନେଇଛି। ଆଜି ରାଜଧାନୀରେ ସଂଗଠନ ବିଶାଳ ସମାେବଶ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗତକାଲି ନବ ନିର୍ମାଣ କୃଷକ ନେତାମାନଙ୍କୁ ପାହାଳ ଛକ ନିକଟରେ ଭେଟିଛନ୍ତି। ଦାବି ପୂରଣ ପାଇଁ ଆଲୋଚନାକୁ ଆସିବା ଲାଗି ସରକାରଙ୍କ ପକ୍ଷରୁ ଚାଷୀ ନେତାମାନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରିବେ ଓ ଏହି କମିଟି ଚାଷୀଙ୍କ ସହିତ ଆଲୋଚନା କରିବ। ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆଉ ଯେଉଁ ସବୁ ଦାବି ରହିଛି, ତାକୁ ଆଲୋଚନା ଭିତ୍ତିରେ ଆଗକୁ ନିଆଯିବ।

 

ଅନ୍ୟପକ୍ଷରେ ଚାଷୀ ସଂଗଠନ ନେତା ଅକ୍ଷୟ କୁମାର କହିଛନ୍ତି, ରାଜ୍ୟ ସରକାରଙ୍କ ସହିତ ଆଲୋଚନାକୁ ଯିବାକୁ ସଂଗଠନ ପ୍ରସ୍ତୁତ ଅଛି। କିନ୍ତୁ ତା ପୂର୍ବରୁ ଚାଷୀଙ୍କ ସୁରକ୍ଷା ଭତ୍ତା ବା ପେନସନ୍ ଦେବା ସଂପର୍କରେ ସରକାର ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ୩୬ଲକ୍ଷ ଚାଷୀଙ୍କ ପାଇଁ ୨୧ହଜାର ୬୦୦ କୋଟି ଟଙ୍କା ଆବଶ୍ୟକ। ସରକାର ଏହି ଭତ୍ତା ଦେବା ଲାଗି ଅଧ୍ୟାଦେଶ ଜାରି କରିବା ପରେ ଯାଇ ଆଲୋଚନାକୁ ଯିବୁ। ଅନ୍ୟଥା ଆଜି ପୁଣି ପଦଯାତ୍ରାେର ଚାଷୀମାେନ ରାଜଧାନୀରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ।

 

ଉଲ୍ଲେଖଯୋଗ୍ୟ,କୁଆଖିଆରୁ ଆସୁଥିବା ଚାଷୀମାେନ ପାହାଳ ଛକ ନିକଟରେ ଅଟକି ରହିଛନ୍ତି। ଏପଟେ ବାଲୁଗାଁରୁ ଆସୁଥିବା ପ୍ରତିନିଧିମାେନ ତମାଣ୍ଡୋ ଷ୍ଟାଡିୟମ ନିକଟରେ ଅଟକି ରହିଛନ୍ତି। ଉଭୟ ସ୍ଥାନରେ ସରକାର ୧୪୪ ଧାରା ଜାରି କରିଥିବାରୁ ଚାଷୀମାେନ ଆଗେଇ ପାରିନାହାନ୍ତି। କେବଳ ସେତିକି ନୁହେଁ, କାଳେ ଚାଷୀମାନେ ଆଇନ ଭାଙ୍ଗିବେ ସେଥିପାଇଁ ପୁଲିସ ଉଭୟ ପଟରେ ଜଗି ରହିଛି। ଯେ କୌଣସି ଅପ୍ରୀତିକର ସ୍ଥିତି ସାମ୍ନା କରିବା ଲାଗି ପୁଲିସ ପ୍ରସ୍ତୁତ ହୋଇ ରହିଛି। ଚାଷୀ ଓ ପୁଲିସ ଏକପ୍ରକାର ମୁହାଁମୁହିଁ ହୋଇ ଅଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉଭୟ ପଟରେ ମୋଟ ୧୧ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି। ଏସିପି ଓ ଏକାଧିକ ଥାନାର ଥାନାଧିକାରୀ ଘଟଣାସ୍ଥଳରେ ଅଛନ୍ତି।

 

ରାଜ୍ୟ ସରକାରଙ୍କ ନିକଟରେ ଚାଷୀଙ୍କ ସାମଗ୍ରିକ ସମସ୍ୟା ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ସମଗ୍ର ରାଜ୍ୟରୁ ଚାଷୀମାେନ ସହରର ଦୁଇପଟୁ ପ୍ରବେଶ ଯୋଜନା କରିଛନ୍ତି। କଂଗ୍ରେସ ନେତାମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସୁରେଶ କୁମାର ରାଉତରାୟ ପ୍ରମୁଖ ଏଥିରେ ଯୋଗ ଦେଇଥିେଲ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚାଷୀ ସଂଗଠନକୁ ସମର୍ଥନ ଜଣାଇଛନ୍ତି। ସେହିପରି ବିଜେପି ଚାଷୀ ସଂଗଠନକୁ ନୈତିକ ସମର୍ଥନ ଯୋଗାଇଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପାହାଳ ଛକ ଯାଇ ଚାଷୀ ନେତାଙ୍କ ସହିତ ଆେଲାଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ଦଳର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ ଦିଲ୍ଲିପ ମଲ୍ଲିକ, କୃଷକମୋର୍ଚା ସାଧାରଣ ସଂପାଦକ ସମୀର ପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲିପ ମହାନ୍ତି ପ୍ରମୁଖ ସାମିଲ ଥିେଲ।