ଜାମିନ୍ ଖାରଜ ହେବାପରେ ଜେଲ ଗଲେ ୧୫ କୃଷକ ନେତା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜାମିନ୍ ଖାରଜ ହେବାପରେ ଜେଲ ଗଲେ ୧୫ କୃଷକ ନେତା । ନବନିର୍ମାଣ କୃଷକ ସଂଗଠନର ୧୫ ଜଣ ନେତାଙ୍କୁ ରାତି ଅଧିଆ ଘରୁ ଉଠାଇନେଇଥିଲା ପୁଲିସ । ତେବେ ଆଜି ସକାଳୁ ତରବରିଆଭାବେ କୋର୍ଟ ଚାଲାଣ କରି ଏମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । କଟକ, ଢେଙ୍କାନାଳ, ଜଗତସିଂହପୁର ଓ ଯାଜପୁରରୁ କୃଷକ ନେତାମାନଙ୍କୁ ଗରିଫ କରାଯାଇଥିଲା । ରାଜ୍ୟରେ ଚାଷୀଙ୍କ ପାଇଁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନ୍ଦୋଳନ ଜାରି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ତେବେ ଏହି ଆନ୍ଦୋଳନକୁ ଚପାଇ ଦେବା ପାଇଁ ସରକାର ଉଦ୍ୟମ କରୁଥିବା ସଂଗଠନ ଅଭିଯୋଗ କରିଛି । ଗତ ୧୨ ତାରିଖରେ ସଂଗଠନ ପକ୍ଷରୁ କେତେକ ସ୍ଥାନରେ ଆଇନଅମାନ୍ୟ ଆନ୍ଦୋଳନ କରାଯାଇଥିବାବେଳେ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ମଚାରୀମାନଙ୍କୁ ଅଟକ ରଖିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି  ।

ସେପଟେ ଯାଜପୁର ଜିଲ୍ଳାରେ ୫ ଜଣ ନେତାଙ୍କୁ ଗିରଫ ପ୍ରତିବାଦରେ ସ୍ଥାନୀୟ ଅଂଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଆଜି ସଂଗଠନର ଶତାଧିକ କର୍ମକର୍ତା ଥାନା ଘେରାଉ କରିଥିଲେ ।