ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ :ଜିଲ୍ଲାପାଳଙ୍କ ଅଫିସରେ ପକାଇଲେ ତାଲା

21

ଜଗତସିଂହପୁର: ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ରାତି ଅଧିଆ ସଂଗଠନର ଚାଷୀ ନେତାଙ୍କ ଗିରଫ ଦାବି ପ୍ରତିବାଦରେ ଆନ୍ଦୋଳନ । ଜିଲ୍ଲାର ୭ ଜଣ କୃଷକ ନେତାଙ୍କୁ ପୁଲିସ ଗିରଫ କରିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିବା ପରେ ଏସପି ଅଫିସ ଘେରାଉ କରିଥିଲେ । ଏହାପରେ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ସରକାର ବିରୋଧୀ ନାରାବାଜି ଦେବା ସହ ଜିଲ୍ଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀ ।