ଚାଷୀଙ୍କ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ନବନିର୍ମାଣ କୃଷକ ସଂଗଠନ ! ବିଜେପି ପ୍ରତିଶ୍ରୁତି ପାଳନ କରୁ ବୋଲି କଲେ ଦାବି

16

କନକ ବ୍ୟୁରୋ : ଚାଷୀଙ୍କ ହକ୍ ପାଇଁ ପୁଣି ରାଜରାସ୍ତାକୁ ଓହ୍ଲାଇଲା ନବନିର୍ମାଣ କୃଷକ ସଂଗଠନ । ସ୍ୱାମୀନାଥନ୍ କମିଟିର ସୁପାରିଶକୁ ଲାଗୁ କରିବା ଦାବିରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ଚାଷୀଙ୍କ ମନଲୋଭା ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି, ନିଜ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଦାବି କରାଯାଇଛି ।

ଭୁବନେଶ୍ୱରରେ ବର୍ତମାନ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଚାଲିଥିବାରୁ ଚାଷୀଙ୍କ ସମସ୍ୟାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିଗୋଚରକୁ ଆଣିବା ଉର୍ଦ୍ଦେଶ୍ୟରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏଭଳି ଏକ ସତ୍ୟାଗ୍ରହର ଆୟୋଜନ କରାଯାଇଛି । ଓଡ଼ିଶାରେ କ୍ଷମତା ଦଖଲ ଲକ୍ଷ୍ୟ ରଖିବା ବିଜେପି, ଚାଷୀଙ୍କ ମନଜିଣିବା ଜରୁରୀ ।

ମନ ଜିଣିଲେ ଭୋଟ୍ ଜିତିପାରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏଥିରେ ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ସଂଗଠନର ଆବାହାକ ଅକ୍ଷୟ କୁମାରଙ୍କ ସମେତ ଶତାଧିକ ଚାଷୀ ଓ ସଂଗଠନ କର୍ମକର୍ତା ଏହି ସତ୍ୟାଗ୍ରହରେ ଉପସ୍ଥିତ ଥିଲେ ।