ଆଜି ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ : କମିଶନରେଟ ପୋଲିସର ବ୍ୟାପକ ପୋଲିସ ବନ୍ଦୋବସ୍ତ

32

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଆଜି ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ଆଖିରେ ରଖି ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ । ପ୍ରଥମଥର ଲାଗି ଏଭଳି ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଉଥିବା ଦେଖିବାକୁ ମିଳିଛି । ନବୀନ ନିବାସ, ବିଧାନସଭା ସମ୍ମୁଖରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଷ୍ଟେସନରେ ପୋଲିସ କମିଶନର ଏବଂ ଡିସିପି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପୁରା ଷ୍ଟେସନକୁ ଜଗି ତଦାରଖ କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଭୁବନେଶ୍ୱର ଲୋୟର ପିଏମଜିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଚାଷୀ ଆନ୍ଦୋଳନକୁ ଦେଖି ସରକାର ଏତେ ଭୟଭୀତ ଯେ, ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଏଭଳି ପୋଲିସ ବନ୍ଦୋବସ୍ତ ହୋଇଛି । ଏପଟେ ଚାଷୀଙ୍କ ମହାସମାବେଶ, ସେପଟେ ବିଧାନସଭା ତେଣୁ ଦ୍ୱନ୍ଦ୍ୱରେ କମିଶନରେଟ ପୋଲିସ । ଆଉ ମୁକାବିଲା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସଜାଗ ରଖାଯାଉଛି ।