ଅଭାବୀ ବିକ୍ରିକୁ ବିରୋଧ : ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ନବନିର୍ମାଣ କୃଷକ ସଂଗଠନର ପ୍ରତିବାଦ

24

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ନବନିର୍ମାଣ କୃଷକ ସଂଗଠନର ପ୍ରତିବାଦ । ଅଭାବୀ ବିକ୍ରିକୁ ବିରୋଧ କରି ପ୍ରତିବାଦ କରୁଛି ସଂଗଠନ । ଚିନାବାଦାମ, ବିରି, ମୁଗ, ଧନିଆ, କ୍ଷୀର ଓ ପନିପରିବାର ଅଭାବୀ ବିକ୍ରି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଛି ସଂଗଠନ ।

ଚାଷୀ ଉତ୍ପାଦିତ ଦ୍ରାବ୍ୟର ଉଚିତ ଦର ମିଳୁନଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ ସମ୍ମାନ, ପେନସନ ଓ ଋଣଛାଡ ଦାବିରେ ପ୍ରାୟ ୨ହଜାର କୃଷକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି  । ଯାଜପୁର ଜିଲ୍ଲାରେ ତୈଳବୀଜ ସଂରକ୍ଷଣର କୌଣସି ସୁବିଧା ନଥିବା ନେଇ ମଧ୍ୟ ସଂଗଠନ ପ୍ରତିବାଦ କରିଛିି  ।