ଓଡିଶା ଚାଷୀଙ୍କ ଦିଲ୍ଲୀରେ ବିକ୍ଷୋଭ ! ଯନ୍ତର ମନ୍ତରରେ ବିରାଟ ସମାବେଶ ପରେ ନବ ନିର୍ମାଣ କୃଷକ ସଂଗଠନର ନୀତି ଆୟୋଗ କାର୍ଯ୍ୟାଳୟ ଘେରାଉ ଉଦ୍ୟମ

29

କନକ ବ୍ୟୁରୋ : ଓଡିଶା ଚାଷୀଙ୍କ ଦିଲ୍ଲୀରେ ବିକ୍ଷୋଭ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟ ଘେରାଉ ଉଦ୍ୟମ । ଓଡିଶାର ନବ ନିର୍ମାଣ କୃଷକ ସଙ୍ଗଠନ ସହ ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ରୁ ଉଦ୍ଧ୍ୱର୍ କୃଷକ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ । ଓଡିଶା ସମେତ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଉତରପ୍ରଦେଶର ହଜାରେରୁ ଅଧିକ ଚାଷୀ ଦିଲ୍ଲୀର ଯନ୍ତରମନ୍ତର ସଭାରେ ଯୋଗ ଦେଇଥିଲେ । ଚାଷୀ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱାମୀନାଥନ୍ ରିପୋର୍ଟ ଲାଗୁ ଓ ଋଣ ଛାଡ ନେଇ କୃଷକ ନେତାମାନେ ଦାବି ରଖିଥିଲେ । ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଛାଡି ଦେଇଥିଲା ।