ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ର ଓ ଯୁବକ ! ବେକାରୀ ସମସ୍ୟା ସମାଧାନ ଓ ନିଯୁକ୍ତି ଦାବିରେ ନବ ନିର୍ମାଣ ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନ

40

କନକ ବ୍ୟୁରୋ : ରାଜରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ଯୁବ ଓ ଛାତ୍ର ସଂଗଠନ । ଯୁବକଙ୍କ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ସଂଗଠନ ପକ୍ଷରୁ ପିଏମଜି ଛକଠାରେ ପ୍ରତିବାଦ କରାଯାଉଛି । ମାଷ୍ଟର କ୍ୟାଂଟିନରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜିରେ ପହଚିଂ ଧାରଣାରେ ବସିଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ପରିବର୍ତନ, ଚାଷୀ ପରିବାର ଛାତ୍ର ଓ ଯୁବକଙ୍କୁ ନିଯୁକ୍ତିି ଦେବା ନେଇ ଦାବି ହୋଇଛି । ଚାଷୀ ପରିବାରର ଉନ୍ନତି ଘଟିଲେ ସମାଜର ଉନ୍ନତି ହେବ ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।