ଯାଜପୁରରେ ନବନିର୍ମାଣ କୃଷକ ସଂଗଠନର ଚାଷୀ ଜାଗରଣ ଯାତ୍ରା

43

ଯାଜପୁର : ଯାଜପୁର ଜିଲ୍ଲାରେ ଚାଷୀ ଜାଗରଣ ଯାତ୍ରା କରିଛି ନବନିର୍ମାଣ କୃଷକ ସଂଗଠନ। ଏଥିଲାଗି ସ୍ଥାନୀୟ ଜେନାପୁରରେ ସଂଗଠନ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଛି। ଆଗାମୀ ସେପ୍ଟେମ୍ବର ୧ ତାରିଖରେ ଜେନାପୁରରେ କୃଷକ ସଂକଳ୍ପ ସମାବେଶ କରିବାକୁ ଯାଉଛି ନବ ନିର୍ମାଣ କୃଷକ ସଂଗଠନ। ଏହି ସମାବେଶକୁ ସଫଳ କରିବା ପାଇଁ ଆଜିଠାରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହି ଅବସରରେ ଏକ ବିରାଟ ମୋଟରସାଇକେଲ ରାଲିରେ ବାହାରିଛନ୍ତି ଶତାଧିକ ଚାଷୀ।