୬ ଦିନ ଜେଲରେ ରହିବା ପରେ ବେଲରେ ବାହାରିଲେ ଚାଷୀ ନେତା ଅନନ୍ତ ମହାନ୍ତି

34

କନକ ବ୍ୟୁରୋ : କେବେ ଜେଲରୁ ବାହାରିବେ ନବନିର୍ମାଣ କୃଷକ ସଂଘର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଏବଂ ସହ ସଂଯୋଜକ ଶେଷଦେବ ନନ୍ଦ । ଚାଷୀ ସମାବେଶକୁ ଭଣ୍ଡୁର କରିବା ପାଇଁ ଏଇ ଦୁଇ ନେତାଙ୍କୁ ଉଠାଇ ନେଇଥିଲା ପୁଲିସ । କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ସ୍ୱର ଉଠାଇଥିବା ନବନିର୍ମାଣ ସଂଗଠନର ଦୁଇ ନେତାଙ୍କୁ ପୋଲିସ ଗିରଫ କରିଥିଲା । ଜେଲରେ ୬ ଦିନ ହେଲା ଆମରଣ ଅନଶନ ଚଲାଇଛନ୍ତି ଏହି ଦୁଇ ଚାଷୀ ନେତା ।

ତାଂକୁ ଉଦ୍ଦେଶ୍ୟ ମୂଳକ ଭାବେ ଗିରଫ କରାଯାଇ ଜେଲରେ ରଖାଯାଇଥିବା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଆଜି ଜେଲରୁ ବାହାରିଛନ୍ତି ଚାଷୀ ନେତା ଅନନ୍ତ ମହାନ୍ତି । ଡିସେମ୍ବର ୧୫ରେ ଥିବା ଚାଷୀ ସମାବେଶକୁ ଭଣ୍ଡୁର କରିବା ଲାଗି ପୁଲିସ ଏହି ଚାଷୀ ନେତାଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ଏହା ସହ ଅନନ୍ତ ମହାନ୍ତିଙ୍କ ବିରୋଧରେ ୧୦୭ ଧାରାରେ ସେମାନଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରିଥିଲା । ଝାରପଡା ଜେଲରେ ୬ ଦିନ ହେଲା ସେ ରହିଥିବା ବେଳେ ଆଜି ବେଲ୍ ପାଇ ମୁକୁଳିଛନ୍ତି ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :