ନୀଳାଦ୍ରି ବିଜେ ମହାବିଭ୍ରାଟ : ଅଭିଯୁକ୍ତଙ୍କ ଆତ୍ମସମର୍ପଣ ପାଇଁ ଆଜି ସରୁଛି ମହଲତ

33

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ମହାବିଭ୍ରାଟ ନେଇ ଆଜି ସରୁଛି ପ୍ରଶାସନର ଦୁଇ ଦିନିଆ ମହଲତ । ଆଜି ରାତି ସୁଦ୍ଧା ଅଭିଯୁକ୍ତମାନେ ଆତ୍ମସମର୍ପଣ ନକଲେ ସେମାଦଙ୍କ ସଂପତି ବାଜ୍ୟାପ୍ତି ଓ ପଳାତକ ଘୋଷଣା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଏହା ସହ ଅଭିଯୁକ୍ତ ମାନଙ୍କୁ ଯିଏ ଆଶ୍ରୟ ଦେଇଥିବା ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ସାର୍ଥକ ଷଡଙ୍ଗୀ କହିଛନ୍ତି । ଏପଟେ ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଏବଂ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପୁରୀ ପୁଲିସ୍ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଜିଲ୍ଳାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଆଉ ଜଣେ ସେବାୟତ ରଘୁନ୍ନାଥ ଖୁଂଟିଆଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ସିସିଟିଭି ଫୁଟେଜ ଆଧାରରେ ଏଥିରେ ସମ୍ପୃକ୍ତ ୧୫ ସେବାୟତଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି ପୁରୀ ପୁଲିସ ।