ମାଟ୍ରିକ ପରୀକ୍ଷାକୁ ନେଇ ନବ ନିର୍ମାଣ କୃଷକ ସଂଗଠନର ଚିନ୍ତା : ପ୍ରେସମିଟ୍ ଡାକି କହିଲେ, ପ୍ରଶ୍ନପତ୍ର ପହଚିଂବାରେ ହେବନି ଅସୁବିଧା

235

କନକ ବ୍ୟୁରୋ: ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି । ଏ ନେଇ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  କହିଛି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବାର ଥିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ । ପ୍ରଶ୍ନପତ୍ର ଗାଡିକୁ ଆମେ ଅଟକାଇବୁ ନାହିଁ ।

 

ତେବେ ପରୀକ୍ଷାର୍ଥୀଙ୍କ ଅସୁବିଧା ହେଲେ ସରକାର ଦାୟୀ ରହିବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନ କହିଛି ।  ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ । ପରୀକ୍ଷା ନାଁରେ ସରକାର ଆଳ ଦେଖାଉଛନ୍ତି  । ସରକାର ଏ ବାବାଦରେ  କିଛି ଆଲୋଚନା କରିନାହାନ୍ତି ବୋଲି ବି କହିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ।


ଉଲ୍ଲେଖ ଥାଉ କି, ଆସନ୍ତା ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବନ୍ଦ ଡ଼ାକରା ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ଛିଡ଼ା କରିଛି । କାରଣ ପରୀକ୍ଷା ପୂର୍ବ ଦିନ ଯଦି ଓଡ଼ିଶା ବନ୍ଦ ରହେ ତେବେ ଠିକଣାସ୍ଥଳରେ ପ୍ରଶ୍ନ ପତ୍ର ପହଁଚିବ କେମିତି । ଏହି ବନ୍ଦ ଡ଼ାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଦେବା ଉଭୟଙ୍କ ଦୋ-ମୁହାଁ ନୀତିକୁ ପଦାରେ ପକାଇଛି ବୋଲି ବିଜେଡି ଅଭିଯୋଗ ଆଣିଥିଲା । ବିଜେଡିର ଅଭିଯୋଗ ରହିଛି କି, ଚାଷୀଙ୍କ ପାଇଁ ରାଜ୍ୟ ସରକାଙ୍କ ଏତେସବୁ ଯୋଜନା ପରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡ଼ାକରା ରାଜନୈତିକ ଦଳର ପ୍ରଭାବିତ ଦ୍ୱାରା କରାଯାଉଛି ।

Pratap-Keshari-Deb

ସଂଗଠନକୁ ବିଜେଡିର ପ୍ରଶ୍ନ ରହିଥିଲା କି, ଯେଉଁ ଚାଷୀ ଭାଇଙ୍କ ପାଇଁ ଏମଏସପି ମୂଲ୍ୟ ଦେଢ଼ ଗୁଣା କରିବାକୁ ଓଡ଼ିଶା ଦାବି କରୁଥିଲେ ମଧ୍ୟ ତାହାକୁ ପୂରଣ କରୁନାହାନ୍ତି କେନ୍ଦ୍ର ସରକାର କ’ଣ ତାକୁ ସଂଗଠନ ସମର୍ଥନ କରୁଛି କି ? କାଳିଆ ଯୋଜନା ସମାବେଶରେ କୌଣସି ରାଜନୈତିକ ବ୍ୟକ୍ତିକୁ ପାଖରେ ନବସାଇ ଚାଷୀ ଭାଇଙ୍କ ସହ ସିଟ୍ ସେୟାର କରିବା ଚାଷୀଙ୍କୁ ସମ୍ମାନ ନୁହେଁ କି? ରାଜ୍ୟ ସରକାର ସଂଗଠନର ବିଭିନ୍ନ ଦାବିକୁ ପୂରଣ କରିବା ସତ୍ତେ୍ୱ କାହା ସ୍ୱାର୍ଥରେ ଓଡ଼ିଶାରେ ବନ୍ଦ ଡ଼ାକରା ଦେଇଛି ସଂଗଠନ ବୋଲି ପ୍ରଶ୍ନ କରିଥିଲା ବିଜେଡି ।