ସଙ୍କଳ୍ପ ଦିବସ ପାଳୁଛନ୍ତି ଚାଷୀ : କୃଷକଙ୍କ ଦାବି ପୂରଣ ନ’ହେଲେ ଅସହଯୋଗ ଆନ୍ଦୋଳନର ଚେତାବନୀ

35

କନକ ବ୍ୟୁରୋ : ଚାଷୀ ପାଳିଛନ୍ତି ସଙ୍କଳ୍ପ ଦିବସ । କୃଷକଙ୍କ ଦାବି ପୂରଣ ନ’ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି । ଯଦି ଚାଷୀଙ୍କ ଦାବିକୁ ସରକାର ଅଣଦେଖା କରନ୍ତି ତେବେ ଅସହଯୋଗ ଆନ୍ଦୋଳନ କରିବାକୁ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି । ସରକାର ଚାଷୀଙ୍କୁ ଡରୁଛନ୍ତି, ଷଡଯନ୍ତ୍ର କରି ସମାବେଶକୁ ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଥିବା ଅକ୍ଷୟ କୁମାର କହିଛନ୍ତି ।

ସଂଗଠନର କୋ÷ଣସି ରାଜନୈତିକ ଉଦେଶ୍ୟ ନ’ଥିଲେ ମଧ୍ୟ ସର୍ତ ରଖିଛି ଜଗତସିଂପୁର ଜିଲ୍ଲା ପ୍ରଶାସନ । ନିର୍ବାଚନ ଆଚରଣ ବିଧିକୁ ଆଳ କରି ସରକାର ବିରୋଧରେ ପାଟି ନ’ଖୋଲିବାକୁ ଆଗୁଆ କଟକଣା ଜାରି କରିଥିଲା ପ୍ରଶାସନ । ସର୍ତ ରଖାଯାଇଥିଲା ଆଚରଣ ବିଧି ଉଲଘଂନ ହେବା ପରି ପଦୁଟିଏ ବି କହିବେ ନାହିଁ ।

ଯେଉଁ ବ୍ୟକ୍ତିମାନେ ରାଜନୈତିକ ଦଳ ସହିତ ସମ୍ପୃକ୍ତ ଅଛନ୍ତି ସେମାନେ ଏ ସମାବେଶରେ ଯୋଗ ଦେଇ ପାରିବେ ନାହିଁ । ଜିଲ୍ଲା ପ୍ରଶାସନର ଏଭଳି କଟକଣା ଖବରକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଜଗତସିଂପୁର ଜିଲ୍ଲାପାଳ ପଡିଆରେ ଚାଷୀ ସମାବେଶ କରୁଛି ନବ ନିର୍ମାଣ କୃଷକ ସଂଗଠନ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :