ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ସଂଗଠନର ଓଡ଼ିଶା ବନ୍ଦ ଡାକରା ! ବନ୍ଦ ରହିଛି ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍

152

କନକ ବ୍ୟୁରୋ : ଆଜି ଓଡିଶା ବନ୍ଦ୍ । ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି ।  ବନ୍ଦ୍ ପାଳନକାରୀମାନେ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିଛି । ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରେ ଯାହାକିଛି ସ୍ୱଳ୍ପ ଯାନବାହନ ଚଳାଚଳ କରୁଛି ତାହାକୁ ଅଟକାଉଛନ୍ତି । ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍‌, ଟ୍ରକ୍‌, କାର୍‌ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମ ଚଳାଚଳ କରୁନାହିଁ । ରେଳଚଳାଚଳ ମଧ୍ୟ ବନ୍ଦ ରହିଛି । ଦୋକାନ ବଜାର ମଧ୍ୟ ଖୋଲି ନାହିଁ।

ନବନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନର ପ୍ରଭାବ ଭୁବନେଶ୍ୱର କଟକ ରୋଡରେ ଦେଖିବାକୁ ମିଳିଛି । କଟକ ରୋଡରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ରାସ୍ତାରେ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦକୁ ସମର୍ଥନ କରିବା ପାଇଁ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ବନ୍ଦ୍ ପାଳନକାରୀ ବୁଝାଉଥିବା ଦେଖିବାକୁ ମିଳିଛି । ସେପଟେ ମାଷ୍ଟରକ୍ୟାଂଟିନରେ ମଧ୍ୟ ନବ ନିର୍ମାଣ ସଂଗଠନର କିଛି ସଦସ୍ୟ ବନ୍ଦ ପାଳନ କରିଛନ୍ତି । ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଦାବିରେ ପିକେଟିଂ କରିଛନ୍ତି । ତେବେ ବନ୍ଦପାଳନକାରୀମାନଙ୍କୁ ଉଠାଇ ନେଇଛି ପୋଲିସ୍ । ଏହାବ୍ୟତୀତ ସୁନ୍ଦରଗଡ଼, ଧର୍ମଶାଳା, ଜଗତସିଂହପୁର, ଭଦ୍ରକ ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବବା ପାଇଁ ମିଳୁଛି ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ୍ ପାଳନ ଯୋଗୁଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ଆଜିର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ପରିବର୍ତିତ ପରୀକ୍ଷା ସୂଚୀ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତିି ।