ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ ! ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ କେନ୍ଦୁଝର ତେଲକୋଇରେ ନବନିର୍ମାଣ କୃଷକ ସଂଗଠନର ବିରାଟ ସମାବେଶ

30

କନକ ବ୍ୟୁରୋ: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ବିଭିନ୍ନ ଦାବି ନେଇ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କାର୍ଯ୍ୟାଳୟ ଘେରିଛି ନବନିର୍ମାଣ କୃଷକ ସଂଗଠନ । ଧାନର ଦର କ୍ୟୁଂଟାଲ ପିଛା ପାଂଚ ହଜାର ଟଙ୍କା କରିବା, କୃଷକଙ୍କୁ ମାସିକ ୫ହଜାର ଟଙ୍କା ପେନସନ୍ ପ୍ରଦାନ ସହିତ ସମସ୍ତ କୃଷକଙ୍କୁ ଉପଯୁକ୍ତ ସମ୍ମାନ ଦାବିରେ ବ୍ଲକ ଘେରାଉ କରିଛନ୍ତି ଚାଷୀ ।

ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଆବାହକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶହଶହ ଚାଷୀ ବ୍ଲକ୍ ଅଫିସ ନିକଟରେ ପହଂଚି କୃଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନବନିର୍ମାଣ ଶ୍ରମିକ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଦେଶର ୬୦ରୁ ଅଧିକ ପ୍ରତିଶତ ଲୋକ କୃଷିକୁ ପେଷା କରିଛନ୍ତି ।

ମାତ୍ର ଏହି ପେଷା ସେମାନଙ୍କ ପାଇଁ ଆଜି ଚିନ୍ତାର କାରଣ ହୋଇଛି । ତେଣୁ କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ ସହିତ ପେନସନ ପ୍ରଦାନ ନେଇ କୋ÷ଣସି ଅଯୌକ୍ତିକତା ନାହିଁ । ଯଦି କୃଷକଙ୍କ ଦାବି ପୂରଣ ନହୁଏ ତେବେ ସମାଜରେ ବିରାଟ ଅସନ୍ତୁଷ୍ଟ ସୃଷ୍ଟି ହେବ । ଏହି ଅବସରରେ ତେଲକୋଇ ବ୍ଲକ୍ ବିଡିଓଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।