ଏଣିକି ସିଧାସଳଖ ରୋଗୀଙ୍କ ଗୁହାରି ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ : ସରକାରୀ ଡାକ୍ତରଖାନାରେ ଅସୁବିଧାର ସମ୍ମୁଖୀନ ହେଲେ ସ୍ୱାସ୍ଥ୍ୟ ବିଭାଗ ଟିମ କରିବେ ତୁରନ୍ତ ସମାଧାନ

741

କନକ ବ୍ୟୁରୋ : ଏଣିକି ରୋଗୀଙ୍କ ସୁବିଧା ଅସୁବିଧା ବୁଝିବେ ସ୍ୱାସ୍ଥ୍ୟମନ୍ତ୍ରୀ । ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ସିଧାସଳଖ ରୋଗୀଙ୍କ ଗୁହାରୀ ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ସ୍ୱାସ୍ଥ୍ୟ ବିଭାଗ ଏହି ନୂଆ ନିଷ୍ପତ୍ତି ନେଇଛି । କୌଣସି ସରକାରୀ ଡାକ୍ତରଖାନାରେ ରୋଗୀ ଅସୁବିଧାର ସମ୍ମୁଖୀନ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗଠନ କରାଯାଇଥିବା ଟିମ ରୋଗୀଙ୍କ କଲ ଆସିଲେ ସମସ୍ୟାର ସମାଧାନ କରିବ ।

‘ମୋ ସରକାର’ ଯୋଜନାରେ ମନ୍ତ୍ରୀ ଓପିଡିକୁ ଆସୁଥିବା ରୋଗୀଙ୍କ ସହ ଫୋନରେ ସିଧାସଳଖ କଥା ହେବେ । ଲୋକମାନେ ମୋ ସରକାର ଯୋଜନାରେ ଚିକିତ୍ସା ସୁବିଧା ପାଇପାରିବେ ତାହାର ସମୀକ୍ଷା ହେଉଛି । ଆଜି ସିଡିଏମଓ ସମ୍ମିଳନୀରେ ସିଡିଏମଓଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ନବଦାସ । ଦୀର୍ଘଦିନ ଧରି ରୋଗୀଙ୍କ ଅଭିଯୋଗ ଠିକ ଭାବେ ଶୁଣାଯାଉନି ବୋଲି ମତପ୍ରକାଶ ପାଇଆସୁଥିଲା । ଶେଷରେ ରୋଗୀଙ୍କ ଗୁହାରି ଶୁଣିବାକୁ ସ୍ୱାସ୍ଥ୍ୟବିଭାଗ ନିଷ୍ପତ୍ତି ନେଇଛି ।

ଏହାସହ ଅଗାମୀ ଦିନସରେ ନିର୍ମଳ ଯୋଜନା ଅନୁସାରେ ସମସ୍ତ ସରକାରୀ ଡାକ୍ତରଖାନାରେ ସଫେଇ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।