କଂଗ୍ରେସ ଛାଡିଲେ ନବ ଦାସ ! ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର, ୨୪ରେ ବିଜେଡିରେ ହେବେ ସାମିଲ ।

266

କନକ ବ୍ୟୁରୋ : କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ ଦାସ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ କଂଗ୍ରେସ ଛାଡିବା ନେଇ ଇସ୍ତଫା ପତ୍ର ପଠାଇଛନ୍ତି ନବ । ଗତ କିଛି ଦିନ ଧରି ନବ ଦାସଙ୍କ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଜି ଇସ୍ତଫା ପତ୍ର ପଠାଇବା ସହ ନବ କହିଛନ୍ତି, ଝାରସୁଗୁଡା ଲୋକଙ୍କ ଉନ୍ନତି ପାଇଁ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି । ଆଗାମୀ ୨୦୧୯ ନିର୍ବାଚନରେ ସେ ବିଜୁ ଜନତା ଦଳରୁ ନିର୍ବାଚନ ଲଢନ୍ତୁ ବୋଲି ଝାରସୁଗୁଡାବାସୀ ଚାହୁଁଥିବା ନବ କହିଛନ୍ତି ।

ଇସ୍ତଫା ଦେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ନବ ଦାସ । ସେ କହିଛନ୍ତି, ପିସିସି ସଭାପତିଙ୍କୁ ନେଇ ମୋର କିଛି ଅଭିଯୋଗ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା କହିଛନ୍ତି ନବ ଦାସ । ତେବେ ଆଗାମୀ ଜାନୁଆରୀ ୨୪ ତାରିଖରେ ସେ ବିଜେଡିରେ ଯୋଗ ଦେଇପାରନ୍ତି ।