ଆଦିବାସୀଙ୍କ ପୂଜାରେ କଳା ଧୋତି ପିନ୍ଧି ନାଚିଲେ ନବ ଦାସ । ସୋସିଆଲ ମିଡିଆରେ ଭାଇରାଲ ହେଲା ଡ୍ୟାନ୍ସ ଭିଡିଓ

ଆଦିବାସୀଙ୍କ ପୂଜାରେ କଳା ଧୋତି ପିନ୍ଧି ନାଚିଲେ ନବ ଦାସ

211

କନକ ବ୍ୟୁରୋ : ଆଦିବାସୀଙ୍କ ଜଙ୍ଗାବଡଦେଓ ପୂଜାରେ ନାଚିଲେ ନବ ଦାସ । କଳା ଧୋତି ପିନ୍ଧି ଆଦିବାସୀଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପ୍ରତିକ ଧରି ନବଦାସ ନାଚୁ ଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଝାରସୁଗୁଡାର କୁଲାବିରା ଅଂଚଳର ବୋଲି ଜଣାପଡିଛି । ଶାମ୍ବ ଦଶମୀ ଦିନ ଆଦିବାସୀମାନେ ତାଙ୍କ ଆରାଧ୍ୟ ଦେବତା ଜଙ୍ଗାବଡଦେଓଙ୍କ ପୂଜାର୍ଚ୍ଚନା କରିଥିଲେ । ଏଥିରେ ସାମିଲ ହୋଇଥିଲେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ନବ ଦାସ ।

ତେବେ ନବ ଦାସ ନାଚିବାପରେ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ନବଙ୍କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସେ କଂଗ୍ରେସ ଦଳଛାଡିଥିଲେ । ତେବେ ଦଳ ଛାଡିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।


Comments are closed.