ରାହୁଲଙ୍କ ସଭାକୁ ଯିବେନି ନବ ଦାସ : ବିଜେଡିରେ ମିଶିବା ନେଇ ପୁରୁଣା କଥା ଦୋହରାଇଲେ ଝାରୁସୁଗୁଡାର ବିଧାୟକ , କହିଲେ ଲୋକଙ୍କ ଇଛାକୁ ଦେଉଛି ସମ୍ମାନ, ୨୪ରେ ହେବ ସ୍ପଷ୍ଟ

178

କନକ ବ୍ୟୁରୋ: ବିଜେଡିରେ ଯୋଗଦେବା ନେଇ ଝାରୁସୁଗୁଡାର ବିଧାୟକ ନବ ଦାସ ଆଜି ପୁଣି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆସନ୍ତା ୨୪ ତାରିଖରେ ସବୁ ଜଣାପଡିଯିବ । ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରୁସୁଗୁଡା ଆସୁଛନ୍ତି । ଲୋକଙ୍କ ନିଷ୍ପତିକୁ ସମ୍ମାନ ଜଣାଉଛି ଏବଂ ଲୋକ ଯାହା ଚାହିଁ ବେ ତାହା ହିଁ ହେବ ବୋଲି କହିଛନ୍ତି ନବ ଦାସ ।

ତେବେ ୨୫ ତାରିଖରେ ରାହୁଲଙ୍କ ସମାବେଶକୁ ସେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବ ଦାସ । ଏ କଥାରୁ ପୁଣି ସ୍ପଷ୍ଟ ହୋଇଛି ଯେ, ବିଜେଡିରେ ଯୋଗ ଦେଇପାରନ୍ତି ନବ ଦାସ । ଆସନ୍ତା ନିର୍ବାଚନରେ ସେ ଶଙ୍ଖ ଚିହ୍ନରୁ ନିର୍ବାଚନ ଲଢନ୍ତୁ ବୋଲି ସମର୍ଥକ ଚାହୁଁଛନ୍ତି । ଲୋକେ ଚାହିଁଲେ ସେ ବିଜେଡିରେ ଯୋଗ ଦେବେ ଏବଂ ଶଙ୍ଖ ଚିହ୍ନରୁ ଝାରସୁଗୁଡାରୁ ନିର୍ବାଚନ ଲଢିବେ ବୋଲି ଗତକାଲି ନବ କହିଥିଲେ । ଆଜି ଏହାକୁ ସେ ପୁଣି ଦୋହରାଇଛନ୍ତି ।

Comments are closed.