ମଣିପୁରରେ ସରକାର ଗଠନ କରିବ ବିଜେପି! ଏନ୍.ବିରେନ୍ ସିଂ ହେଲେ ବିଧାୟକ ଦଳ ନେତା

27

କନକ ବ୍ୟୁରୋ : ମଣିପୁରରେ ସରକାର ଗଠନ କରିବ ବିଜେପି । ୬୦ଟି ଆସନରୁ ୨୧ ଟି ଆସନରେ ବିଜେପି ବିଜୟ ଲାଭ କରି ମଧ୍ୟ ସରକାର ଗଠନ ପାଇଁ ନିଜ ପାଖରେ ମେଂଟ ସହଯୋଗୀ ୩୨ ବିଧାୟକଙ୍କ ସମର୍ଥନ ଥିବା ଦାବିପତ୍ର ରାଜ୍ୟପାଳ ନଜମା ହେପତୁଲାଙ୍କୁ ପ୍ରଦାନ କରିଛି । ଏହି ତାଲିକାରେ ଆଂଚଳିକ ଦଳ ନ୍ୟାସନାଲ ପିପୁଲସ୍ ପାର୍ଟିର ୪ ବିଧାୟକ ଥିବା ବେଳେ ନାଗା ପିପୁଲସ ଫ୍ରଣ୍ଟର ୪ ବିଧାୟକ ଏବଂ ଅନ୍ୟ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି ।

ଏନ୍. ବିରେନଙ୍କୁ ବିଧାୟକ ଦଳର ନେତା ଭାବରେ ମଧ୍ୟ ବଛାଯାଇଛି । ଅନ୍ୟପଟେ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ରାଜ୍ୟପାଳ ପ୍ରଥମେ କଂଗ୍ରେସକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ଉଚିତ ବୋଲି ଦଳ ଦାବି କରିିଛି ।