ଜଗନ୍ନାଥ ମନ୍ଦିର ସଂପର୍କରେ କିଛି ଅଜଣା କଥା ! ସିଂହଦ୍ୱାରରେ ପାଦ ରଖୁ ରଖୁ କାହିଁକି ଶୁଭେ ନାହିଁ ସମୁଦ୍ର ଗର୍ଜନ ?

422

ଜଗନ୍ନାଥ ସଂସ୍କୃତି ବିଷୟରେ ଯେତେ ଜାଣିଲେ ବି ତାହା କମ୍‌ ହୋଇଥାଏ । ଏ ସଂସ୍କୃତି ବିଷୟରେ ଜାଣିବା ପାଇଁ ହୁଏତ ଗୋଟାଏ ଜୀବନ ଯଥେଷ୍ଟ ନୁହେଁ । ପୁରୀରେ ଅବସ୍ଥିତ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ବିଶ୍ୱର କୋଣ ଅନୁକୋଣରୁ ଲୋକେ ଦର୍ଶନ ପାଇଁ ଧାଇଁ ଆସନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଦେଖିବାକୁ ମିଳେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ଚାଲନ୍ତୁ ସେହି ଭାବବିନୋଦିଆ କାଳିଆ ଓ ତା’ର ସେହି ରହସ୍ୟମୟ ଶ୍ରୀମନ୍ଦିର ସଂପର୍କରେ ଆଜି କିଛି କଥା ଜାଣିବା ।

  • ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ପବନ ଯେଉଁଆଡୁ ବହୁଥାଏ ସାମ୍ନରେ ଥିବା ଯେକୌଣସି କପଡ଼ା ଲତାକୁ ସେ ସେହି ଦିଗରେ ଉଡ଼ାଇ ନେଇଯାଏ । ମାତ୍ର ଜଗନ୍ନାଥଙ୍କ ନେତ କ୍ଷେତ୍ରରେ ବ୍ୟତିକ୍ରମ ରହିଛି । ଆପଣ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ଭାବିପାରନ୍ତି, ପବନ ଯେଉଁ ଦିଗରୁ ବୋହୁଥାଏ ନେତ ସେହି ଦିଗକୁ ହିଁ ଉଡ଼େ, ଅର୍ଥାତ ପ୍ରତିକୂଳବର୍ତ୍ତୀ ହୋଇ । ଏହା ପଛର ବୈଜ୍ଞାନିକ କାରଣ ଏଯାବତ୍‌ ଜଣାପଡ଼ି ନାହିଁ ।

 

  • କୌଣସି ବି ସୁଦୀର୍ଘ ଘର, ମନ୍ଦିର ବା ଖମ୍ବ ହେଉ ଖରା ହେବ ମାନେ ଛାଇ ନିଶ୍ଚୟ ଦେଖିବାକୁ ମିଳିଥାଏ । ମାତ୍ର ଜଗନ୍ନାଥ ମନ୍ଦିରେ ସେପରି ଦେଖିବାକୁ ମିଳେ ନାହିଁ । କାରିଗରମାନଙ୍କ କାରଗରୀ କୌଶଳ ହେତୁ ହେଉ କିମ୍ବା ଏହା କାଳିଆର ଲୀଳା ହେଉ କେହି କିନ୍ତୁ ଏ ଯାଏ ମନ୍ଦିରର ଛାଇ ଦେଖିପାରି ନାହାନ୍ତି ।

 

  • ମନ୍ଦିରେ ଲାଗିଥିବା ସୁଦର୍ଶନ ଚକ୍ରଟି ଏପରି ତିଆରି କରାଯାଇଛି ତାହାକୁ ଯେଉଁ ଆଡ଼ୁ ବି ଦେଖିଲେ ଏକା ପରି ଲାଗେ ।

 

  • ଭଗବାନଙ୍କଠୁ ଊର୍ଧ୍ୱରେ କେହି ନୁହନ୍ତି । ସେହି ନ୍ୟାୟରେ ଜଗନ୍ନାଥ ମନ୍ଦିରର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ କୌଣସି ପକ୍ଷୀ ବି ଉଡ଼ନ୍ତି ନାହିଁ ।

 

  • ସବୁବେଳେ ଗର୍ଜନ କରୁଥିବା ପୁରୀ ସମୁଦ୍ର ଗୋଟାଏ ସମୟରେ ଶୁଭେ ନାହିଁ । ଭକ୍ତ ସିଂହଦ୍ୱାରରେ ପାଦ ରଖୁ ରଖୁ ସମୁଦ୍ରର ଗର୍ଜନ ଆଉ ଶୁଭେ ନାହିଁ । କଥା ରହିଛି ଯେ ସୁଭଦ୍ରା ମନ୍ଦିରରେ ଶନ୍ତି ଚାହିଁବାରୁ ମହାପ୍ରଭୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସମୁଦ୍ରର ଗର୍ଜନକୁ ମନ୍ଦିର ଭିତରକୁ ବାରଣ କରିଛନ୍ତି ।