ରହସ୍ୟମୟ ଛାଇ ଆତଙ୍କରେ ଆତଙ୍କିତ କୋଣାର୍କ ନୋଳିଆ ସାହି ବାସିନ୍ଦା

25

କୋଣାର୍କ : ରହସ୍ୟମୟ ଛାଇ ଆତଙ୍କ । କୋଣାର୍କ ନୋଳିଆ ସାହିରେ ଏକ ଅଜଣା ଛାଇ ଆତଙ୍କରେ ଭୟଭୀତ ସ୍ଥାନୀୟ ବାସିନ୍ଦା । ଦୀର୍ଘ ୫ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛି ଏକ ରହସ୍ୟମୟ ଛାଇ । ଆଉ ଏହି ଛାଇକୁ ଧରିବାକୁ ପିଛା କରି ଦୁଇ ଜଣ ମହିଳା ଆହତ ମଧ୍ୟ ହୋଇଛନ୍ତି । ସନ୍ଧ୍ୟା ପରେ ଆରମ୍ଭ ହୋଇ ଯାଉଛି ଛାଇ ଆତଙ୍କ । ହଠାତ୍ ଏକ ବିରାଟକାୟ ଛାଇ ଦେଖା ଯାଉଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ଫଳରେ ରାତିସାରା ଶୋଉନାହାନ୍ତି ଲୋକେ । ଅନିଦ୍ରା ରହି ହାତରେ ଠେଙ୍ଗା ବାଡି ଧରି ଦଳବଦ୍ଧ ହୋଇ ଗୋଡାଉଛନ୍ତି ଛାଇକୁ । ହେଲେ ହଠାତ୍ ଅଦୃଶ୍ୟ ହୋଇଯାଉଛି ଏହି ରହସ୍ୟମୟ ଛାଇ । ତେବେ ବାଲିରେ କିଛି ଯୋତା ଚିହ୍ନ ଛାଡିଯାଉଥିବା କହୁଛନ୍ତି ଭୟଭୀତ ଲୋକେ । ସେପଟେ ଛାଇକୁ ପିଛା କରି ରାତି ଅନିଦ୍ରା ରହୁଥିବା ନୋଳିଆ ସାହି ବାସିନ୍ଦା ମାଛ ମାରିବାକୁ ମଧ୍ୟ ଯାଇ ପାରୁ ନାହାନ୍ତି । ପ୍ରଶାସନ ମଧ୍ୟ ଛାଇ ରହସ୍ୟ ଉଦଘାଟନ କରିବାରେ ବିଫଳ ହୋଇଛି। ତେବେ ଖୁବ୍ ଶୀଘ୍ର ଏହି ରହସ୍ୟମୟ ଛାଇର ପର୍ଦ୍ଦାଫାସ କରାଯିବ, ତେଣୁ ଭୟଭୀତ ନହୋଇ ନିଜ ନିଜ କାମ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦେଇଛନ୍ତି କୋଣାର୍କ ତହସିଲଦାର।